ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଫୋକସ ପ୍ଲସ ୨୮/୧/୨୩(ବରଗଡ଼):ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଏକ ମାତ୍ର ଝିଅର ହତ୍ୟା ପରେ ଉଜୁଡ଼ି ଯାଇଥିଲା ସୁନାର ସଂସାର। ଝିଅକୁ ସବୁବେଳେ ଝୁରି ହେଉଥିଲେ ବାପାମା’ ସେ କହୁଥିଲେ “କେମିତି ବଞ୍ଚିବେ, କାହା ପାଇଁ ବଞ୍ଚିବେ” ବୋଲି କହୁଥିଲେ l ଶେଷରେ ଜୀବନ ହାରିଲେ ଦମ୍ପତି l ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଭଡ଼ିଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା l ମୃତ ଦମ୍ପତି ହେଲେ ରଘୁ ଭୁଏ ଓ ପ୍ରତିଷ୍ଠା ଭୁଏ।ରଘୁ ଓ ପ୍ରତିଷ୍ଠା ବେକରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ ବୋଲି ଜଣାପଡ଼ିଛି। ଆଜି ସକାଳେ ରଘୁଙ୍କ ପଡ଼ୋଶୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।ସୂଚନାଯୋଗ୍ୟ, ଗତ ଡିସେମ୍ବର ୨ ତାରିଖରେ ରଘୁଙ୍କ ଝିଅକୁ ହତ୍ୟା କରାଯାଇଥିଲା। ରଘୁଙ୍କ ଗାଁର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ହତ୍ୟା କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ଏବେ ଜେଲରେ ଅଛି। ତେବେ ରଘୁଙ୍କ ଝିଅକୁ ଅଭିଯୁକ୍ତ ଜଣଙ୍କ କାହିଁକି ହତ୍ୟା କରିଥିଲା, ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।  ଝିଅର ମୃତ୍ୟୁ ପରେ ବାପା ମା’ ତାକୁ ଝୁରି ହେଉଥିଲେ।  ସେଥିପାଇଁ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଗ୍ରାମବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *