ଝୁଲି ପଡିଲେ ଆଉ ଜଣେ ଛାତ୍ର

ଫୋକସ ପ୍ଲସ(ବାଲେଶ୍ୱର) ୨୯/୦୭/ ୨୦୨୨:ସ୍କୋଗ।।ବା‌ଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ବାମପଦା ସ୍ଥିତ ସିପେଟ୍‌(ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ପେଟ୍ରୋକେମିକାଲ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ଟେକ୍ନେ‌ାଲୋଜି)ର ଏକ ହଷ୍ଟେଲ ରୁମ୍‌ ଭିତରେ ଆଜି ଦ୍ବିପ୍ରହର ସମୟରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ପୁରୀ ଜିଲ୍ଲା ବାଟମଙ୍ଗଳା ଅଞ୍ଚଳର ବିଶ୍ବମ୍ବର ସାହୁଙ୍କ ପୁଅ ବିବେକ ସାହୁ। ଘଟଣା ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ।

ବିବେକଙ୍କ ଘର ପକ୍ଷରୁ ରାଗିଂ ଅଭିଯୋଗ ଆଣି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।ମିଳିଥିବା ସୂଚନା ମୁତାବକ, ବିବେକ ବାଲେଶ୍ବର ସିପେଟ୍‌ରେ ୬ ମାସିଆ ଦକ୍ଷତା ବିକାଶ ତାଲିମ୍‌ ନେଉଥିଲେ,କୋର୍ସ ପ୍ରାୟତଃ ଶେଷ ହୋଇ ଆସିଥିଲା,୮ ଦିନ ପରେ ଛୁଟି ହୋଇଥାନ୍ତା ସେ ଘରକୁ ଯାଇଥାନ୍ତେ। କିନ୍ତୁ ଆଜି ବ୍ୟତିବ୍ୟସ୍ତ ହୋଇ ସକାଳ ସାଢ଼େ ୧୦ଟା ବେଳେ ତାଙ୍କ ମା ଙ୍କୁ ଫୋନ୍‌ କରି ଘରକୁ ଯିବାକୁ କହିଥିଲା। କିନ୍ତୁ ‌ପରେ ମନା କରିବା ମଧ୍ୟେ ସେ ଘର ଲୋକ ଙ୍କୁ ଦେଖିବାକୁ ଇଚ୍ଛା ହେଉଥିଲା ବୋଲି କହିଥିଲା ଏବଂ ମାଡାମ ଆଧାର କାର୍ଡ ମାଗିଛନ୍ତି କହି ଫୋନ୍‌ ରଖିଥିଲା। ଏହାପରେ ଦ୍ବି ପ୍ରହର ବେଳକୁ ତାଙ୍କ ପୁଅ ତାର ହଷ୍ଟେଲ ରୁମ୍‌ ଭିତର ଫ୍ୟାନ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ନିଜ ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇ ବାଲେଶ୍ବରରେ ପହଞ୍ଚିଥିବା କହିଛନ୍ତି। ସେପଟେ ଘଟଣା ପରେ ବିବେକର ସହପାଠୀମାନେ ତାଙ୍କୁ ଉଦ୍ଧାର କରି ପୁଲିସ ଏବଂ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେବା ସହିତ ତୁରନ୍ତ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ନେଇଆ‌ସିଥିବା ବେଳେ ଜଣେ ସହପାଠୀ କହିବା ଅନୁଯାୟୀ ବିବେକ ଗତ ୩/୪ ଦିନ ବହୁତ ଚାପଗ୍ରସ୍ତ ଥିଲେ। ଠିକ୍‌ ଭାବେ କ୍ଲାସ କରୁନଥିଲେ କି ସାଙ୍ଗମାନଙ୍କ ସହ ମିଳାମିଶା କରୁନଥିଲେ। ପ୍ରତିଦିନ ହଷ୍ଟେଲର ତଳମହଲାରେ ଥିବା ତାଙ୍କ ରୁମ୍‌ ଭିତରେ ଏକୁଟିଆ ରହି କାହା ସହ ମୋବାଇଲ‌େର ବହୁତ ସମୟ କଥା ହେଉଥିଲେ। ଆଜି ପୂର୍ବାହ୍ନରେ ଏବଂ ଦ୍ବିପ୍ରହରେ ସେ ଯେତେବେଳେ ଖାଇବାକୁ ଆସିନଥିଲେ ସାଙ୍ଗମାନେ ତାଙ୍କୁ ଖୋଜିଥିଲେ,ଏହାପରେ ତାଙ୍କ ରୁମ୍‌ କବାଟ ଭିତରପଟୁ ବନ୍ଦ ଥିବାବେଳେ ଝରକାରେ ଦେଖିବା ବେଳକୁ ଫ୍ୟାନ୍‌ରେ ଗାମୁଛା ସାହାଯ୍ୟରେ ଫାଶୀ ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମା‌େନ ଘଟଣା ସମ୍ପର୍କରେ ତୁରନ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷ ଓ ଶିଳ୍ପାଞ୍ଚଳ ଥାନା ପୁଲିସକୁ ସୂଚନା ଦେବା ସହ ବିବେକକୁ ତଳକୁ ଓହ୍ଲାଇ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ନେଇଆସିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ଆତ୍ମହତ୍ୟା ପ୍ରେମଜନିତ ହୋଇଥାଇପାରେ ବୋଲି ସେମାନେ ସନ୍ଦେହ କରୁଥିବା କହିଛନ୍ତି।

ଅନପକ୍ଷରେ ଏନେଇ ଶିଳ୍ପାଞ୍ଚଳ ଥାନା ଆଇଆଇସି ସଲଖାନ୍‌ ମୁର୍ମୁ ଏବଂ ବାଲେଶ୍ବର ସିପେଟ୍‌ ନିର୍ଦ୍ଦେଶକ ତଥା ମୁଖ୍ୟ କେକେ ମହାପାତ୍ରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ଉଭୟଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ମୃତ ବିବେକର ମାମୁ ଏନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ନିଶ୍ଚିତ ଭାବେ ଏହି ଘଟଣା ପଛରେ ତାଙ୍କ ସହପାଠୀ, ଅନୁଷ୍ଠାନର କର୍ତ୍ତୃପକ୍ଷ, କର୍ମଚାରୀ କିମ୍ବା ସିନିୟର ଛାତ୍ରଛାତ୍ରୀଙ୍କ ଠାରୁ ସେ ରାଗିଂର ଶିକାର ହୋଇଥାଇପାରେ। ନ‌େଚତ କୌଣସି କାରଣରୁ ତା ବିରୋଧରେ ଷଡ଼୍‌ଯନ୍ତ୍ର ରଚାଯାଇ କେହି ଏପରି ଘଟଣା ଘଟାଇ ଥାଇପାରନ୍ତି ବୋଲି ସେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସେ ଦାବି କରିଛନ୍ତି। ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍।

 

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ରିପୋର୍ଟ ଫୋକସ ପ୍ଲସ୍ ।

Leave a Reply

Your email address will not be published. Required fields are marked *