ଫୋକସ ପ୍ଲସ(ନୂଆପଡ଼ା)୦୯ /୦୮/୨୦୨୨:ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ନାଗପଡ଼ା ଗ୍ରାମ ପଞ୍ଚାୟତ ହେଉଛି ଏକ ଆଦିବାସୀ ବହୁଳ ଅଞ୍ଚଳ । ଏଠାରେ ମୁଖ୍ୟତଃ ଧାନଚାଷ ଓ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି କ୍ରୟ ବିକ୍ରୟ ପୂର୍ବକ ଜୀବନ ଜୀବିକା ନିର୍ବାହ କରିଥାନ୍ତି । ଯେତେବେଳେ ଖାଦ୍ୟନିଅଣ୍ଟ ହୁଏ ବାଧ୍ୟ ହୋଇ ମୋଟା ଅଙ୍କର ପଇସା ଲୋଭରେ ବସବର୍ତୀ ହୋଇ ପ୍ରବାସୀ ଶ୍ରମିକ ଭାବରେ ଚାଲାଣ ହୋଇଥାନ୍ତି। ହେଲେ ଏଭଳି ଏକ ଦୁଃଖଦ ଘଟଣା ଉପାନ୍ତ ନାଗପଡା ଗ୍ରାମରୁ ଆସିଛି ।
ବୋଡ଼େନ ବ୍ଲକ ଉପାନ୍ତ ନାଗପଡା ଗ୍ରାମପଞ୍ଚାୟତ ର ୮ଟି ଯୁବତୀଙ୍କୁ ସୁନାବେଡ଼ା ଗ୍ରାମର ଶ୍ରମିକ ଦଲାଲ ଜୟପାଲ ପୁଝାରୀ ଗତ 29.07.2022 ରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ନାଗପଡା ଗ୍ରାମର ମଧ୍ୟସ୍ଥି ଶ୍ରମିକ ଦଲାଲ ଙ୍କ ସାହାଯ୍ୟରେ ଆନ୍ଧ୍ରପ୍ରଦେଶର ତ୍ରିପୁରା ସହରର ଏକ କମ୍ପାନୀ ରେ କାମ ଯୋଗାଇ ଦେବା ପାଇଁ ଲୋଭ ଦେଖାଇ ନେଇଯାଇଛି । ସଂପୃକ୍ତ ଯୁବତୀଙ୍କର ପରିବାର ସହିତ ଦୀର୍ଘ 10 ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେମାନେ କେଉଁଠି କେମିତି ଅଛନ୍ତି ଏହି ଚିନ୍ତାରେ ପରିବାର ରେ କାନ୍ଦ ବୋବାଳିରେ ଫାଟି ପଡ଼ିବା ସହ ତାଙ୍କ ଘର ର ଚୁଳି ମଧ୍ୟ ଜଳୁନାହି । ସୂଚନା ଯୋଗ୍ୟ ଯେ 8 ଜଣଙ୍କ ମଧ୍ୟରୁ 3 ଜଣ ଫେରୁଥିବାର ଜଣାପଡିଛି,ହେଲେ ଏଯାଏ ସେମାନେ ଘରକୁ ପହଞ୍ଚି ନାହାନ୍ତି। ଆଉ 5 ଜଣଙ୍କର ମଧ୍ୟରୁ ଦୁଇ ଜଣଙ୍କୁ କୌଣସି ଘରୋଇ କମ୍ପାନୀ ରେ ଲଗେଇ ଦେଇଥିବା ବେଳେ ଆଉ ତିନି ଜଣ ନା ବାଳିକା ଙ୍କ ପତ୍ତା ମିଳିନାହିଁ । ଏ ସମ୍ପର୍କରେ ସଂପୃକ୍ତ ଶ୍ରମିକ ଦଲାଲ କୁ ଯୋଗାଯୋଗ କଲେ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇପାରୁନାହାନ୍ତି । ଫଳରେ ବାଧ୍ୟ ହୋଇ ବୋଡ଼େନ ଥାନାରେ ଏକ ଅପହରଣ ମାମଲାରେ କେସ ଦାୟର ହୋଇଛି ବୋଲି ପରିବାର ବର୍ଗ ସୂଚନା ଦେଇଛନ୍ତି । ଦିନକୁ ଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ଶ୍ରମ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ବୋଡ଼େନ ଥାନା ଅଧିକାରୀ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି । ଏଭଳି କେତେଦିନ ସଂପୃକ୍ତ ଅଧିକାରୀ ମାନେ ହାତବାନ୍ଧି ରଖିଥିବେ । ଏହା ଜନସାଧାରଣରେ ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛି ।
ନୂଆପଡ଼ା ବୋଡ଼େନ ବ୍ଲକ ରୁ ଅଜିତ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ