ଟାଟା କମ୍ପାନୀର ମନମାନି, ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ବିରୋଧରେ ଜନପ୍ରତିନିଧିଙ୍କ ଗଣ ଧାରଣା।

କେନ୍ଦୁଝର୧୨/୦୨/୨୦୨୪: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ପ୍ରାୟ ସମସ୍ତ ନିର୍ବାଚିତ କାଉନସିଲର ମାନେ ଟାଟା କମ୍ପାନୀର ନିଯୁକ୍ତି କ୍ଷେତ୍ରରେ ମନୋମୁଖୀ କାର୍ଯ୍ୟ ଏବଂ ପ୍ରତିଶ୍ରୁତି ପାଳନରେ ବିଫଳତା ପ୍ରତିବାଦରେରେ ଶାନ୍ତିପୂର୍ଣ୍ଣ ଭାବେ ଦୁଇଦିନରୁ ଧାରଣାରେ ବସିଛନ୍ତି।ସୂଚନାଯୋଗ୍ୟ ଯେ ଗତ ବର୍ଷ ସେପ୍ଟେମ୍ବର ମାସରେ ଯୋଡ଼ା ପୌରପାଳିକା ଅଞ୍ଚଳରେ ନୂତନ ଖଣି ଖନନ ନିମନ୍ତେ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ଅଣ ଜଙ୍ଗଲ ଜମି କରିବା ନିମନ୍ତେ ୧୦ଟି ୱାର୍ଡରେ ସ୍ୱତନ୍ତ୍ର ୱାର୍ଡ ସଭା ହୋଇଥିଲା ଏବଂ ଟାଟା କମ୍ପାନୀ ଯୋଡ଼ା ଅଞ୍ଚଳର ନୂତନ ଖଣି ସୃଷ୍ଟି ହେଲେ ନିଯୁକ୍ତି କ୍ଷେତ୍ରରେ ଯୋଡ଼ା ବାସୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା।ଏ ନେଇ ଗତ ନଭେମ୍ବର ମାସରେ କମ୍ପାନୀ ତରଫରୁ ନିଯୁକ୍ତି ପାଇଁ ବିଜ୍ଞାପନ ମଧ୍ୟ୍ୟ ପ୍ରକାଶ ପାଇଥିଲା କିନ୍ତୁ ଗତ ୭ ତାରିଖରେ ପରୀକ୍ଷାରେ ବହୁ ଯୋଗ୍ୟ ପିଲା ଉତ୍ତୀର୍ଣ୍ଣ ହୋଇନଥିବାରୁ କାଉନସିଲର ମାନେ ଟାଟା କମ୍ପାନୀକୁ ଯୋଡ଼ା ଅଞ୍ଚଳରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ପିଲାଙ୍କ ତଥ୍ୟ ଟାଟା କମ୍ପାନୀ ଯୋଡ଼ା ଚିଫ ରାଜେଶ କୁମାରଙ୍କୁ ମାଗିଥିଲେ। କିନ୍ତୁ କମ୍ପାନୀ ତରଫରୁ ଏହି ପ୍ରସଙ୍ଗକୁ ଅଣଦେଖା କରିବାରୁ ଜନପ୍ରିନିଧି ମାନେ ଧାରଣାରେ ବସିଛନ୍ତି। ୱାର୍ଡ ମେମ୍ବରଙ୍କ ପ୍ରତିକ୍ରିୟା ଅନୁଯାୟୀ ଏହି ଚୟନ ପ୍ରକ୍ରିୟାରେ କିଛି କୁଜିନେତା ମନେ ଟଙ୍କା କାରବାର କରି ନିଯୁକ୍ତି ପ୍ରକ୍ରିୟାରେ ବାହାର ରାଜ୍ୟର ପିଲାଙ୍କୁ ଚୟନ କରିବା ପାଇଁ ହେରଫେର କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।ଏନେଇ ପୂର୍ବତନ ନଗରପାଳ ଆର.କେ ଦାସ ମଧ୍ୟ କାଉନସିଲର ମାନେ କମ୍ପାନୀ ବିରୋଧରେ ଏହିପରି ଧାରଣାରେ ବସିବା ଏକ ଦୁର୍ଭାଗ୍ୟଜନ ଘଟଣା ବୋଲି ତୀଵ୍ର ନିନ୍ଦା କରିବା ସହ ଟାଟା କମ୍ପାନୀ ଏହି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବା ଉଚିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

Leave a Reply

Your email address will not be published. Required fields are marked *