ଟାଟା ଷ୍ଟିଲ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଭାଷା ଓ ଶିକ୍ଷା କେନ୍ଦ୍ରରେ ଆରମ୍ଭ

ଫୋକସ ପ୍ଲସ (ରାଇରଙ୍ଗପୁର):ମୟୁରଭଞ୍ଜ ଜିଲ୍ଲାର ବାମନଘାଟି ସବଡିଭିଜନ ରେ ଆଜି ଝାରଖଣ୍ଡ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଅୟନ ଆଖଡା ତିରିଲଡି ର ମିଳିତ ଆନୁକୂଲ୍ୟରେ ପରିଚାଳିତ ସାତ ଗୋଟି ଭୁମିଜ ଭାଷା ଶିକ୍ଷା କେନ୍ଦ୍ରରେ କେl ଅଡିନେଟର ସମାୟ ସର୍ଦ୍ଦାର କ ନିର୍ଦ୍ଦେଶ କ୍ରମେ ଭୂମିଜ୍ ଭାଷା ଶିକ୍ଷକ ମାନଙ୍କ ଦ୍ଵାରା ରାଇରଙ୍ଗପୁର, ବିଜାତଳl, କୁସୁମୀ, ଜାମଦା, ବ୍ଲକ ଅନ୍ତର୍ଗତ ରୁଆଁସି ଗ୍ରାମ ଶିକ୍ଷକ ମକ୍ର ସିଂ, ଭୀମ ଖଦା ଶିକ୍ଷକ ଠାକୁର ଦାଶ ମୁଣ୍ଡା, ଶୁଣ୍ଢଳ ଗ୍ରାମ ଶିକ୍ଷକ ବୁଧରାଇ ମୁଣ୍ଡା, ସାତପଉଟି ଗ୍ରାମ ଶିକ୍ଷୟୀତିରି ସମ୍ବାରି ସର୍ଦ୍ଦାର, ବସନ୍ତ ପୂର୍ ଗ୍ରାମ ଶିକ୍ଷକ ସୁବାଷ ଚନ୍ଦ୍ର ସିଂ,ଜଟlପାଣି ଗ୍ରାମ ଶିକ୍ଷୟୀ ତ୍ରୀ ନାଗି ସର୍ଦ୍ଦାର, କଇଁପୁର ଗ୍ରାମ ଶିକ୍ଷକ ମଙ୍ଗଲ ସର୍ଦ୍ଦାର କ ଦ୍ୱାରା ଭୂମିଜ ଭାଷା ଦିବସ ଧୁମ୍ ଧାମରେ ପାଳନ କରାଯାଇଛି। ଏହି ଦିନ ଝାରଖଣ୍ଡ ରାଜ୍ୟ ର ଭୂତ ପୂର୍ବ ରାଜ୍ୟପାଳ ଶ୍ରୀ ମତି ଦ୍ରପଦୀ ମୂର୍ମୁ କର ଦ୍ୱାରା ଭୂମିଜ ଭାଷାକୁ 5ତାରିଖ ରେ ଝାରଖଣ୍ଡ ରାଜ୍ୟ ର ଦ୍ୱିତୀୟ ରାଜ୍ୟ ଭାଷାର ମlନ୍ୟତା ପ୍ରଦାନ କରିଥିଲେ।

ରାଇରଙ୍ଗପୁରରୁ ଜିତେନ୍ଦ୍ର କୁମାର ଅଗ୍ରୱାଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *