ଟିଏଫଏଲ ପ୍ରକଳ୍ପ, ୨୦୨୪ ସୁଦ୍ଧା ହେବ କାର୍ଯ୍ୟକାରୀ

ଫୋକସ ପ୍ଲସ (ତାଳଚେର )୨୩/୦୭/୨୦୨୨: ଅନେକ ଦିନ ହେଲା ଏହାକୁ ନେଇ ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଯନ୍ତ୍ରାଂଶ ଆସିବା ପରେ
ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଆଶା କରା ଯାଉଛି । ଏହା ଭାରତର ସରକାରୀ ପ୍ରଥମ କୋଇଲା ଗ୍ଯାସ ଭିତ୍ତିକ ସାର କାରଖାନା । ଏହି କାରଖାନା ଗେଲ ଇଣ୍ଡିଆ , କୋଲ ଇଣ୍ଡିଆ , ରାଷ୍ଟ୍ରୀୟ କେମିକାଳ ଏଣ୍ଡ ଫର୍ଟିଲାଇଜର ଓ ଏଫସିଆଇ ମିଳିତ ଭାବରେ ନିର୍ମାଣ କରୁଛନ୍ତି । ଏହି ପ୍ରକଳ୍ପ ଦେଶର ସାର ଆବଶ୍ୟକତା ଦୂର କରିବାରେ ସହାୟକ ହେବ। ଏହି ପ୍ରକଳ୍ପ କୋଇଲା ଗ୍ୟାସ ଭିତ୍ତିକ ସାର କାରଖାନା ନିମିତ୍ତ ଆବଶ୍ୟକ ଥିବା ଯନ୍ତ୍ରାଂଶ ଆଜି ଆସି ତାଳଚେରରେ ପହଞ୍ଚିଛି । ଏହି ଯନ୍ତ୍ରାଂଶ ମାର୍ଚ୍ଚ ୨୦୨୦ ରୁ
ସୁରାଟ ହାଜିରାର ଏଲ ଏଣ୍ଡ ଟି ଠାରେ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୨୦୨୨ ରେ ନିର୍ମାଣ ଶେଷ ହୋଇଥିଲା । ଏହା ସୁରଟରୁ ପାରାଦୀପ ଏବଂ ପରେ ଜାତୀୟ ରାଜପଥରେ ତାଳଚେର ଟିଏଫଏଲ ଠାରେ ପହଞ୍ଚି ଅଛି । ସଡକ ପଥ ଦେଇ ଆସିବା କଷ୍ଟକର ହୋଇଥିବାରୁ ଏହାକୁ ଛୋଟ ଛୋଟ ଖଣ୍ଡ ମାଧ୍ୟମରେ ଏହାକୁ ଅଣା ଯାଉଛି । ଅଗଷ୍ଟ ୨୦୨୨ ସୁଦ୍ଧା ଏହାର ସମସ୍ତ ଅଂଶ ଏଠାରେ ପହଞ୍ଚିବା ପରେ ଏକାଠି ଖଞ୍ଜା ଯାଇ ପ୍ରକଳ୍ପ କାମରେ ଲଗାଯିବ ।ଏହାର କାମ ଆରମ୍ଭ ହେବା ପରେ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଯୋଜନା ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ୨୭.୪୨ ପ୍ରତିଶତ କାମ ସଂପୂର୍ଣ୍ଣ ହୋଇଅଛି ବୋଲି ପ୍ରକଳ୍ପ ମହା ପ୍ରବନ୍ଧକ ସତ୍ୟବ୍ରତ ମିଶ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *