ଟୁନା ଙ୍କୁ ମିଳୁନି ସରକାରୀ ସହାୟତା

ଫୋକସ ପ୍ଲସ(ଗଞ୍ଜାମ)୧୬/୦୮/୨୦୨୨: ଜୀବନରେ କେତେବେଳେ କଣ ଯେ ଘଟିଥାଏ ତାହା କେବଳ ଭଗବାନଙ୍କୁ ହିଁ ଜଣାଥାଏ l ଆଖିରେ ଆଖିଏ ସ୍ବପ୍ନ ନେଇ ଘର ସଂସାର କରିଥିଲେ, l ଯୁବା ବୟସରେ ଦାଉ ସାଧିଲା ରୋଗ l ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପୁନାନ୍ଦ ଗ୍ରାମର ଭାଲୁ ନାଇକ ଙ୍କ ପୁତ୍ର ଟୁନା ନାଇକ (43) ଙ୍କ କଥା l ଯୁବା ବୟସରେ ଦୀର୍ଘ ପାଞ୍ଚ ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡିତ, ଅର୍ଥ ଅଭାବରୁ ଘରେ ପଡିରହିଛନ୍ତି l ପାଞ୍ଚ ଜଣ ସଦସ୍ୟ ଙ୍କୁ ନେଇ ଟୁନା ଙ୍କ ପରିବାର ହସ ଖୁସିରେ ଚାଲିଥିଲା, ସେ ଦିନ ମଜୁରିଆ ଭାବେ ବାହାର ରାଜ୍ୟ ରେ କାମ କରୁଥିଲେ,କିନ୍ତୁ ହଠାତ ତାଙ୍କ ପରିବାର ର ଭାଗ୍ୟ ଆକାଶ ରେ ଘୋଟିଗଲା ଘୋର ଅନ୍ଧକାର l ଏହି ରୋଗ ସାଧିଲା ଦାଉ, ଜୀବନେ ଦୁଃଖ, କଷ୍ଟ ଓ ଅନେକ ବେଦନା l ହଠାତ ଟୁନାଙ୍କ ଦେହ ଖରାପ ହେବାରୁ ସେ ହସ୍ପିଟାଲ ରେ ଭର୍ତ୍ତି ହେଲେ lଡାକ୍ତର କହିଲେ ତାଙ୍କୁ ପକ୍ଷାଘାତ ରୋଗ ହୋଇଛି, ଚିକିତ୍ସା ପାଇଁ ବହୁତ ଅର୍ଥ ମଧ୍ୟ ଦରକାର l ଟୁନା ଙ୍କ ମାସିକ ଆୟ ପାଞ୍ଚ ରୁ ଛଅ ହଜାର ଟଙ୍କା, କିନ୍ତୁ ଆୟ ଠାରୁ ବଳିଗଲା ରୋଗ l ଅର୍ଥ ଅଭାବରୁ ଚିକିତ୍ସା କରିନପାରି ବାଧ୍ୟ ହୋଇ ଘରକୁ ଫେରିଲେ l ପକ୍ଷାଘାତ ଯୋଗୁଁ ତାଙ୍କର ଡାହାଣ ହାତଟି କାମ କରୁନାହିଁ, ଠିକ ସେ କଥା ମଧ୍ୟ କହିପାରୁନାହାନ୍ତି l ଏଣୁ ରୋଜଗାର ମଧ୍ୟ ବନ୍ଦ ହୋଇଗଲା l ଟୁନା ଙ୍କ ସ୍ତ୍ରୀ ଏବଂ ତିନି ଝିଅ ଚାରି ବର୍ଷ ହେବ ରୋଜଗାର କରିବା ପାଇଁ ଭୁବନେଶ୍ୱର ଚାଲିଗଲେ, ଭାଗ୍ୟର ବିଡମ୍ବନା ସ୍ତ୍ରୀ ଏବଂ ଝିଅ ମାନେ ରୋଜଗାର କରିଲେ ସତ, ମାତ୍ର ଟୁନାଙ୍କ ଚିକିତ୍ସା ନିମନ୍ତେ ଟଙ୍କାଟିଏ ମଧ୍ୟ ଦେଲେନାହିଁ l ପରିବାରର ସମସ୍ତେ ବାହାରେ ରହୁଥିବାରୁ ସେ ଦୀର୍ଘ ଚାରିବର୍ଷ ହେବ ଏକା ରହୁଛନ୍ତି l ସାହି ପଡିସା କେବେ କେବେ ଖାଇବା ପାଇଁ ଦିଅନ୍ତି ଓ ନିଜେ କଷ୍ଟରେ ମଧ୍ୟ ରୋଷଇ କରି ଚଳନ୍ତି l ଗୋଟିଏ ବଖରା ଘର ଯାହା ବର୍ଷା ଦିନେ ସନ୍ତସନ୍ତିଆ ରହୁଛି, ଘର ମରାମତି ପାଇଁ ମଧ୍ୟ୍ୟ ଅର୍ଥ ର ଆବଶ୍ୟକ ରହିଛି l ଟୁନା ଙ୍କୁ ଦୁଇ ବର୍ଷ ତଳେ ଗୋଟିଏ ବିକଳାଙ୍ଗ ପ୍ରମାଣପତ୍ର ମିଳିଛି ଯାହା ଷାଠିଏ ପ୍ରତିଶତ ବିକଳାଙ୍ଗ ରହିଛି ସତ କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ଭତ୍ତା ରୁ ବଞ୍ଚିତ l ଟୁନା ଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ l ଯଦି ସରକାରୀ କିମ୍ବା ବେସରକାରୀ ସ୍ତରରେ କୌଣସି ସହୃଦୟ ବ୍ୟକ୍ତି ସାହର୍ଯ୍ୟର ହାତ ବଢ଼ାନ୍ତି ତେବେ, ଟୁନାଙ୍କ ମୁହଁରେ ପୁଣିଥରେ ହସ ଫେରିବ ବୋଲି କହିଛନ୍ତି ସ୍ଥାନୀୟବାସୀ lକେହି ସହୃଦୟ ବ୍ୟକ୍ତି ସାହାର୍ଯ୍ୟ କରିବାପାଇଁ ଚାହୁଁଥିଲେ ନିମ୍ନ ଲିଖିତ ଆକାଉଣ୍ଟ ରେ ସାହାର୍ଯ୍ୟ କରିପାରିବେ l

Mr Tuna Naik
Hinjilicut, college campus Branch
SBI AC NO – 20341070968
IFSC- SBIN0010131
ଶେରଗଡ଼ ରୁ ରାଜୀବ କୁମାର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *