ଟେଢିକହ ଗ୍ରାମରେ ସ୍ୱାଗତ ସମର୍ଦ୍ଧନା ସଭା

ଫୋକସ ପ୍ଲସ(ସୁନ୍ଦରଗଡ): କିରାଲଗା ଗ୍ରାମ ପଞ୍ଚାୟତର ଟେଢିକହ ଗ୍ରାମରେ ଆଜି ବିଜେଡ଼ି ଜିଲ୍ଲା ସଭାପତି ତଥା ଉନ୍ନୟନ ପରିସଦର ଅଧ୍ୟକ୍ଷ ବିନୟ ଟପ୍ପୋ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ନେଇ ଏକ ସ୍ୱାଗତ ସମର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା |ସଭାରେ ଆଦିବାସୀ ମାନଙ୍କର ପରମ୍ପରାକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା |ନୃତ୍ୟ ସଂଗୀତ ମାଧ୍ୟମରେ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା |ଜଙ୍ଗଲ, ପାହାଡ଼ ଉପରେ ଅବସ୍ଥିତ ଟେଢିକହ ଗ୍ରାମଟି ଅନେକ ସରକାରୀ ସୁବିଧା ରୁ ବଞ୍ଚିତ ଯାହାକୁ ନେଇକି ଆଜି ଗ୍ରାମବାସୀ ମାନେ ଉପସ୍ଥିତ ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ସବଡେଗା ବ୍ଲକ ‘କ, ର ଜିଲ୍ଲା ପରିଷଦ ମନୋଜ ବାରୁଆ, କିରାଲଗା ପଞ୍ଚାୟତ ର ସମିତି ସଭ୍ୟା ସୁଷମା ବାଡ଼ା ଓ ସରପଞ୍ଚ ସଭ୍ୟା ସଂଯୁକ୍ତା କୁଜୁର ଙ୍କୁ ଜଣାଇଥିଲେ ,ତାଙ୍କ ସାଙ୍ଗରେ କିରାଲଗା ପଞ୍ଚାୟତ ର ସମାଜସେବୀ ଡିଲେଶ୍ୱର ସାହୁ ମଧ୍ୟ ଯୋଗ ଦେଇଥିଲେ |ଚାରିଆଡେ ଜଙ୍ଗଲ ପାହାଡ଼ ର ସୁନ୍ଦର ବାତାବରଣ ମଧ୍ୟରେ ଅବସ୍ଥିତ ଏହି ଗ୍ରାମ ର ଆବଶକ୍ୟ ସମସ୍ତ କାର୍ଯ୍ୟ ଗୁଡିକୁ ପୂରଣ କରାଯିବ କହି ସମସ୍ତେ ପ୍ରତି ସୃତି ଦେଇଥିଲେ, କାର୍ଯ୍ୟକ୍ରମ କୁ ଗ୍ରାମର ଆଗାପିତ କୁଲୁ,ଓ ଜୋତୀ ଲାକଡ଼ା ଆୟୋଜନ କରିଥିଲେ |

ସୁନ୍ଦରଗଡରୁ ଅନନ୍ତ କୁମାର ପଟେଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *