ଟେଲାପାଲି ଗ୍ରାମ ନିକଟସ୍ଥ ନଦୀରୁ ବିଲୁପ୍ତ ପ୍ରଜାତିର ଶାଗୁଣା ଉଦ୍ଧାର |

କନ୍ଧମାଳ ୨୮/୦୧/୨୦୨୪: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଟେଲାପାଲି ଗ୍ରାମର ନଦୀରୁ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର ହୋଇଛି । ଟେଲାପାଲି ଗ୍ରାମର ୪ଜଣ ଯୁବକ ସୁନୀଲ ରଣା, ବିକାଶ ରଣା, ସିକୁ ରଣା ଏବଂ ନୀଳକଣ୍ଠ ରଣା ଆଜି ସକାଳୁ ଶୌଚ ହେବାପାଇଁ ନଦୀକୁ ଯାଇଥିଲେ । ସେଠାରେ ଥିବା ଏକ ନାଳରେ ଏକ ବିରଳ ପ୍ରଜାତିର ପକ୍ଷୀଟିଏ ବସିଥିବା ଦେଖି ପ୍ରଥମେ ଭୟଭୀତ ହୋଇ ଯାଇଥିଲେ । ପରେ ସାହସ ରେ ଜୋଟେଇ ପକ୍ଷୀ ନିକଟକୁ ଯାଇ ତାକୁ ଉଦ୍ଧାର କରି ଫିରିଙ୍ଗିଆ ପ୍ରେସ କ୍ଳବର ସାମ୍ବାଦିକ ମାନଙ୍କୁ ଫୋନ କରି ଜଣେଇଥିଲେ । ଏ ବିଷୟରେ ଫିରିଙ୍ଗିଆ ପ୍ରେସ କ୍ଳବର ସଭାପତି ଉତ୍ତମ ଖମାରୀ ଓ ଉପ ସଭାପତି ସୁଶାନ୍ତ ଦିଗାଲ ଫୋନ ଯୋଗେ ଫିରିଙ୍ଗିଆ ଫରେଷ୍ଟର ପ୍ରବୀଣ ଦାସଙ୍କୁ ଘଟଣା ସମ୍ୱନ୍ଧରେ ଜଣେଇଥିଲେ । ଖବର ପାଇବା ସଙ୍ଗେ ସଙ୍ଗେ ଫିରିଙ୍ଗିଆ ଫରେଷ୍ଟର ଟେଲାପାଲି ଗ୍ରାମରେ ପହଂଚିଥିଲେ । ପରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ମଧ୍ୟ ଟେଲାପାଲି ଗ୍ରାମରେ ପହଂଚିଥିଲେ ଓ ଦୁହେଁ ମିଶି ଏକ ଭଡା ଓଟୋରେ ସୁରକ୍ଷିତ ଭାବେ ଫୁଲବାଣୀକୁ ନେଇଯାଇଥିଲେ । ଉଭୟ ବନାଞ୍ଚଳ ଅଧିକାରୀ ଓ ଫରେଷ୍ଟରଙ୍କ କହିବା ପ୍ରକାରେ ଉଦ୍ଧାର ହୋଇଥିବା ପକ୍ଷୀର ମୁଣ୍ଡରେ କୌଣସି କାରଣ ବଶତଃ ଆଘାତ ରହିଛି ତେଣୁ ତାକୁ ମେଡିକାଲକୁ ନେଇ ଚିକିତ୍ସା କରିବା ପରେ ସେ ସୁସ୍ଥ ହେଲେ ପୁଣିଥରେ ଜଙ୍ଗଲରେ ଛାଡି ଦିଆଯିବ । ତେବେ ଏହିପ୍ରଜାତିର ଶାଗୁଣା ସାଧାରଣତଃ ଏହି ଅଞ୍ଚଳରେ ଦେଖାଯାଉନଥିଵା ବେଳେ ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଏଭଳି ପ୍ରଜାତିର ଶାଗୁଣା ଦେଖିବାକୁ ମିଳିଥିବାରୁ ଶାଗୁଣା କୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା।କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଜୋତି ।

Leave a Reply

Your email address will not be published. Required fields are marked *