ଟେଷ୍ଟ ଟ୍ୟୁବ ବେବି ସୃଷ୍ଟିରେ ମାଇଲଖୁଣ୍ଟରେ ସ୍ଥାପନ କଲା ବରଗଡ଼ |

ଫୋକସ ପ୍ଲସ ୨୩/୧/୨୩(ବରଗଡ଼):ଦିନକୁ ଦିନ ବିଭିନ୍ନ କାରଣରୁ ଦମ୍ପତ୍ତିଙ୍କ ମଧ୍ୟରେ ସନ୍ତାନ ସୃଷ୍ଟି କରିବାର କ୍ଷମତା କମିବାରେ ଲାଗିଛି ଆଉ ଏପରି ସମୟରେ ସନ୍ତାନ ସନ୍ତତି ହେଉନଥିବା ଦମ୍ପତ୍ତିଙ୍କ ପାଇଁ ଆଇଭିଏଫ (IVF) ଜରିଆରେ ଟେଷ୍ଟ ଟ୍ୟୁବ ବେବି ସୃଷ୍ଟି ଏକ ବରଦାନ ଅଟେ ।ତେବେ ବରଗଡ଼ ପରି ଜାଗାରେ ଖୁବ ଅଳ୍ପଦିନ ମଧ୍ୟରେ ହଜାରେ (୧୦୦୦ )ରୁ ଉର୍ଦ୍ଧ୍ବ ଦମ୍ପତ୍ତିଙ୍କୁ ଆଇଭିଏଫ ଜରିଆରେ ସନ୍ତାନ ପ୍ରାପ୍ତିର ସୁଖ ଦେଇ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ବରଗଡ଼ ଅଗ୍ରଣୀ ନର୍ସିଂ ହୋମ କିଶୋରୀ ନର୍ସିଂ ହୋମ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ।ବିକିରଣ, ଅସନ୍ତୁଳନ ଖାଦ୍ୟ,ଖାଦ୍ୟରେ ଅତ୍ୟଧିକ କୀଟନାଶକ ଓ ସାରର ପ୍ରୟୋଗ ଯୋଗୁଁ ବହୁ ବିଭାହିତ ଦମ୍ପତ୍ତିଙ୍କ ସନ୍ତାନ ସନ୍ତତି ହେଉ ନାହାନ୍ତି ଯାହାକି ଏବେବି ଗ୍ରାମାଞ୍ଚଳ ମାନଙ୍କରେ ଏକ ସମାଜିକ ଦାଗ ହୋଇ ରହିଛି ।ବିଶେଷ କରି ମହିଳା ମାନଙ୍କୁ ବହୁ ସମୟରେ ଟାହିଟାପରା ମଧ୍ୟ ଶୁଣିବାକୁ ପଡିଥାଏ ଏପରି କ୍ଷେତ୍ରରେ ଡାକ୍ତର ସେମାନଙ୍କୁ ଆଇଭିଏଫ ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦେଇଥାନ୍ତି ।ପୂର୍ବରୁ ଏହା ବହୁ ବ୍ୟୟ ବହୁଳ ଓ ପାଖରେ ଉପଲବ୍ଧ ହେଉ ନଥିବାରୁ ଏହି ସୁଯୋଗ ସମସ୍ତେ ଉଠେଇ ପାରୁନଥିଲେ ।ଏପରି ସମସ୍ୟାକୁ ଦୂର କରିବା ସହ ଲୋକଙ୍କୁ ହାତ ପାଆନ୍ତାରେ ଟେଷ୍ଟ ଟ୍ୟୁବ ବେବି ଚିକିତ୍ସା ଯୋଗେଇ ଦେବା ଲକ୍ଷରେ କିଶୋରୀ ନର୍ସିଂ ହୋମର ପରିଚାଳନା ନିର୍ଦ୍ଦେଶକ ତଥା ସୁନାମ ଧନ୍ୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରିଲାଲ ତ୍ରିପାଠୀ ତାଙ୍କର ଅନ୍ୟ ସହଯୋଗୀ ଡାକ୍ତରଙ୍କ ସହଯୋଗରେ ୨୦୧୨ ମସିହାରେ ବରଗଡ଼ରେ ଆରମ୍ଭ କରିଥିଲେ ଆଇଭିଏଫ ଚିକିତ୍ସା ପଦ୍ଧତି।ବରଗଡ଼ କିଶୋରୀ ନର୍ସିଂ ହୋମର ଟେଷ୍ଟ ଟ୍ୟୁବ ବେବି ସୃଷ୍ଟି ସଫଳତା ହାର ୬୦ ପ୍ରତିଶତ ଅଟେ ଯାହା କି ସାରା ଦେଶରେ ଏକ ରେକର୍ଡ ଅଟେ ଓ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ ।ଯେଉଁ ଦମ୍ପତ୍ତିଙ୍କ ସନ୍ତାନ ହେଉ ନାହାନ୍ତି କେବଳ ଯେ ବରଗଡ଼ର ଲୋକେ ଏହାର ସୁବିଧା ନେଉଛନ୍ତି ତା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ,ଝାରଖଣ୍ଡ,ମହାରାଷ୍ଟ୍ର,ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶର ରୋଗୀ ମଧ୍ୟ ସଫଳତାର ସହ ଚିକିତ୍ସିତ ହୋଇ ସାରିଛନ୍ତି ।ଏପରିକି ୟୁଏସ,ଆମେରିକା,ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା, ଇଟାଲୀ ପରି ଦେଶରୁ ମଧ୍ୟ ସନ୍ତାନ ନଥିବା ଦମ୍ପତ୍ତି ଆସି ସଫଳତାର ସହ ଚିକିତ୍ସିତ ହୋଇ ଫେରିଛନ୍ତି ।ବରଗଡ଼ର ନିକଟରେ ଏୟାରପୋର୍ଟ ନ ଥିବାରୁ ଅନେକ ବାହାର ରାଜ୍ୟ ବା ଅନ୍ୟଦେଶରୁ ରୋଗୀ ଆସିବାକୁ ମଙ୍ଗୁ ନଥିବା ଆଜି ବରଗଡ଼ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡାକ୍ତର ପ୍ୟାରିଲାଲ ତ୍ରିପାଠୀ ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପ୍ରଶାନ୍ତ କିଶୋର ଦାଶ, ଡାକ୍ତର ଅଶ୍ୱିନୀ ଭୋଇ,ଡାକ୍ତର ଗଣେଶ ଭୋଇ,ଡାକ୍ତର ଶକ୍ତି ତ୍ରିପାଠୀ ଙ୍କ ସମେତ ବହୁ ସହଯୋଗୀ ଉପସ୍ଥିତ ଥିଲେ ।ଆଗାମୀ ଦିନରେ କିଶୋରୀ ନର୍ସିଂ ହୋମର ଆଇଭିଏଫ ଚିକିତ୍ସା ସୁବିଧା ବରଗଡ଼ ବ୍ୟତୀତ ଭୁବନେଶ୍ୱର,ଅନୁଗୁଳ,ଭବାନୀପାଟଣା ଓ ବଲାଙ୍ଗୀରକୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ଡାକ୍ତର ସାଇ ତ୍ରିପାଠୀ ।

Leave a Reply

Your email address will not be published. Required fields are marked *