ଟ୍ରକକୁ ଉଦ୍ଧାର କରିବାକୁ ଯାଇ କ୍ରେନ୍ ବି ଖସିଲା ତଳକୁ

ଫୋକସ ପ୍ଲସ(ଅନୁଗୋଳ)୧/୦୮/ ୨୦୨୨:ତାଳଚେର ସଦର ଥାନା ଅନ୍ତର୍ଗତ ତାଳଚେର କଲେଜ ନିକଟସ୍ଥ କନକେଇ ପୀଢ଼ ଦେଇ ଯାଇଥିବା ପ୍ରାୟ ୫୦ଫୁଟ୍ ଗଭୀରତମ କେନାଲ ଗର୍ଭକୁ ଆଜି ଏକ ଡ଼୍ରମ୍ଫର କୌଣସି କାରଣରୁ ପାଣିଭିତରକୁ ଖସିପଡ଼ିଥିଲା । ସେହି ଟ୍ରକକୁ ଉଦ୍ଧାର କରିବାକୁ ଯାଇଥିବା କ୍ରେନ୍ ମଧ୍ୟ ଉଦ୍ଧାର କରୁଥିବା ବେଳେ ସେହି କେନାଲରେ ତଳକୁ ଖସି ଯାଇଥିଲା । ତେବେ କେହି ମୃତାହତ ହୋଇନଥିଲେ ମଧ୍ୟ ଅଳ୍ପକେ ବର୍ତି ଯାଇଥିଲେ ଉଭୟ ଗାଡ଼ିର ଚାଳକ ।ଘଟଣାରୁ ପ୍ରକାଶ, ଏକ ଡ଼୍ରମ୍ଫର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ କୌଣସି କାରଣବସତଃ ହଠାତ୍ ନିଜର ରଭାରସ୍ୟାମ ରାଜପଥ ପାଶ୍ୱର୍ରେ ଲାଗି ରହିଥିବା ଗଭୀରତମ କେନାଲ ଗର୍ଭରେ ଖସିପଡିଥିଲା । ଏହାକୁ ଉଦ୍ଧାର କରିବାପାଇଁ ଯାଇଥିବା ଏକ କ୍ରେନ୍ ଉଦ୍ଧାର କରୁଥିବା ଅବସ୍ଥାରେ ସେ ମଧ୍ୟ ଭାରସ୍ୟାମ ହରାଇ ସେହି କେନାଲ ଭିତରକୁ ଖସିପଡ଼ିଥିବା ଦେଖିବାକୁ ମଳିଛି । ଏହି ଘଟଣା ଏତେ ଭୟଙ୍କର ହୋଇଥିଲେ ମଧ୍ୟ ଉଭୟ ଗାଡ଼ି ଚାଳକ ସାମାନ୍ୟ ଆହାତ ହୋଇ ଅଳ୍ପକେ ବର୍ତି ଯାଇଥିବା ଘଟଣା ସମଗ୍ର ତାଳଚେରରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି । ତେବେ ଏହାକୁ ଦେଖିବାକୁ ଘଟଣା ସ୍ଥଳରେ ସହସହ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଏହି ଜାତୀୟ ରାଜପଥଟି ଅତି ସଂକୀର୍ଣ୍ଣ ଥିବା ସହ ହଠାତ୍ ବୁଲାଣିଆ ରହୁଥିବାରୁ ସେହି ସ୍ଥାନଟି ଯାନବାହାନ ଚଳାଚଳ ପାଇଁ ଗାଡ଼ି ଚାଳକମାନେ ଦ୍ୱନ୍ଦରେ ପଡ଼ିଥାନ୍ତି । ଏହି ସ୍ଥାନଟି ଏକ ଦୁର୍ଘଟଣା ସ୍ଥଳ ହୋଇଥିଲେ ମଧ୍ୟ ଏଥିପ୍ରତି କାହାର ହେଲେ ସାମାନ୍ୟତମ ନିଘା ନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି ।

 

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *