ଟ୍ରକ୍ ଚଢ଼ାଇ ହତ୍ୟା କରିଥିବା ଡ୍ରାଇଭର କୋର୍ଟ ଚାଲାଣ

ଫୋକସ ପ୍ଲସ(ଯାଜପୁର)୦୫/୦୮/୨୦୨୨ : ସଡକଦୁର୍ଘଟଣାରେ ପ୍ରାଣ ହରାଇଥିବା ମା ଝିଅ ଙ୍କ ମୃତ୍ୟୁ ପଛ ରେ ଥିବା କାରଣ ଆସିଲା ସାମ୍ନା କୁ।ଗତ ବୁଧ ବାର ସଂଧ୍ୟା ରେ ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମା ଝିଅ ମୃତ୍ୟୁ ବରଣ କରିଥିଲେ । ଗୋଟିଏ ସ୍କୁଟି ରେ ସୁକିନ୍ଦା ଅଞ୍ଚଳ ର ଅଶୋକ ଚକ୍ରବର୍ତ୍ତୀ ଙ୍କ ସ୍ତ୍ରୀ ଶ୍ରିତିକା ଚକ୍ରବର୍ତ୍ତୀ ଓ ଝିଅ ସୋନାଲି ଚକ୍ରବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏକ ଶୁଦ୍ଧି କ୍ରିୟା ସାରି ଫେରୁଥିବା ବେଳେ ଏକ ଟ୍ରକ ମା ଓ ଝିଅ ଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା। ଯୁବତୀ ଜଣକ ଏହାର ପ୍ରତିବାଦ ସ୍ବରୂପ ଆରୂହା ନିକଟରେ 53 ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଅଟକାଇଥିଲେ। ଏହା ପରେ ଉଭୟ ଙ୍କ ଭିତରେ ବଚସା ହୋଇଥିଲା। ପାଟି ତୁଣ୍ଡ ଶୁଣି ସ୍ଥାନୀୟ ଲୋକ ଘଟଣସ୍ଥଳରେ ପହଞ୍ଚି ଆପୋଷ ସମାଧାନ କରି ବିଦା କରିଥଲେ। ବଚସା ବେଳେ ଯୁବତୀ ଜଣକ ଡ୍ରାଇଭର କୁ ମାଡ଼ ମାରିବା ସହ ନିଜ ମୋବାଇଲ ରେ ଫଟ ଉଠାଇ ଥିଲେ। ଏହାପରେ ଡ଼୍ରାଇଭର ଯୁବତୀ ଓ ତାଙ୍କ ମା ଙ୍କୁ ଦେଖିଦେବି ବୋଲି ଧମକ ଦେଇ ଚାଲି ଯିବାର କିଛି ସମୟ ପରେ ବରଡା ଛକ ନିକଟରେ ସଂପୃକ୍ତ ଯୁବକ ଙ୍କ ଟ୍ରକ୍ ଧକ୍କାରେ ଯୁବତୀ ଓ ତାଙ୍କ ମା ଙ୍କ ର ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରଥମରୁ ଏହି ଘଟଣା ଦୁର୍ଘଟନା ବୋଲି ଜଣା ପଡୁଥିବା ବେଳେ ପ୍ରତ୍ୟକ୍ଷ ଦର୍ଶୀଙ୍କ ବୟାନ ପରେ ଗଣ୍ଡଗୋଳ ରୁ ଏହି ଅମାନବୀୟ ଘଟଣା ଡ଼୍ରାଇଭର ଜଣକ ଘଟାଇଛି। ଜେନାପୁର ପୋଲିସ ଡ୍ରାଇଭର ତୋଟାକଣ ଗାଁ ର ଅମର ସ୍ଵାଇଁ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।ଧର୍ମଶାଳା ରୁ ପ୍ରମୋଦ ରାଉତ ଙ୍କ ସହ ଦିବାକର ଲେଙ୍କା ଙ୍କ ରିପୋର୍ଟ l

ଯାଜପୁର ରୁ  ପ୍ରମୋଦ ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *