ଟ୍ରକ ମାଲିକ ସଂଘର ଅନିର୍ଦିଷ୍ଟ କାଳ ପାଇଁ ଚକା ବନ୍ଦ ଆନ୍ଦୋଳନ

ଫୋକସ ପ୍ଲସ(ସୁନ୍ଦରଗଡ): ସୁନ୍ଦରଗଡରେ ତିନୋଟି ଟ୍ରକ ମାଲିକ ସଂଘ ତରଫରୁ ଅନିର୍ଦିଷ୍ଟ କାଳ ପାଇଁ ଭଡାବୃଦ୍ଧି କରିବାକୁ କୁ ନେଇ ଆଜି ଚକା ବନ୍ଦ ଆନ୍ଦୋଳନ କରାଯାଇଛି |ଦୀର୍ଘଦିନରୁ ସମସ୍ତ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଟ୍ରକ ମାଲିକ ମାନେ ଅନେକ କ୍ଷୟକ୍ଷତି ସହି ଆସୁଥିଲେ |ଏ ବିଷୟରେ ପ୍ରଶାସନ ପାଖରେ ବାରମ୍ବାର ଭଡା ବୃଦ୍ଧିକୁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିଲା |ଏବିଷୟ କୁ ନେଇ ଦୁଇ ଦିନ ଧରି ଜିଲ୍ଲାପାଳ ଟ୍ରକ ମାଲିକଙ୍କ ସହ କାରଖାନା ମାଲିକ ,ଟ୍ରାନ୍ସପୋଟର, ମାନଙ୍କୁ ଡାକି କାଥାବାର୍ତ୍ତା କରିଥିଲେ |ଯାହାର କୌଣସି ସମାଧାନ ହୋଇ ପାରିନଥିଲା, ପରେ ମାଲିକ ମାନେ ବାଧ୍ଯ ହୋଇ ଅନିର୍ଦିଷ୍ଟ କାଳ ପାଇଁ ଟ୍ରକ ଚଲାଚଳକୁ ବନ୍ଦ କରିଛନ୍ତି |ଆଜି ସୁନ୍ଦରଗଡ ବାଇପାସ ରାସ୍ତାର ଉଭୟ ପଟେ କୋଇଲା ପରି ବହନଟ୍ରକ ଗୁଡିକ ଛିଡା ହୋଇଥିଲା ଓ ସହ ସହ ଟ୍ରକ ମାଲିକ ମାନେ ମଧ୍ୟ ଉପସ୍ଥିତ ଥିଲେ |

ମାଲିକ ମାନଙ୍କ କହିବା ହିସାବରେ ଗୋଟେ ଗୋଟେ ଟ୍ରକ ରୁ ମାସକୁ ୪୫୦୦୦ହଜାର ଟଙ୍କା କ୍ଷତି ସହିବାକୁ ପଡୁଛି ଯାହା ଆମପାଇଁ କଷ୍ଟକର ହୋଇ ପଡ଼ିଲାଣି ଯଦି ପ୍ରଶାସନ ଆମର ଭଡା ବୃଦ୍ଧି ନ କରେ, ଆଜିଠାରୁ ଆମେ ଅନିର୍ଦିଷ୍ଟ କାଳ ପାଇଁ ଚକା ବନ୍ଦ କରିବା ସହ ବସୁନ୍ଧରା କୋଇଲା ଖଣି କୁ ମଧ୍ୟ ଦରକାର ପଡ଼ିଲେ ବନ୍ଦ କରିବୁ ବୋଲି କହିଛନ୍ତି |

ସୁନ୍ଦରଗଡରୁ ଅନନ୍ତ ପଟେଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *