ଟ୍ୱିଟର ରେ ଲାଗିବ କି ଏଡିଟ ବଟନ ?ଏଲନ ମସ୍କଙ୍କ ଟ୍ୱିଟ ପରେ ଚର୍ଚ୍ଚା

ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟଟର ରହିବ କି ଏଡିଟ ବ୍ୟବସ୍ଥା ?ଟ୍ୱିଟ କରିସାରିବା ପରେ ପୁଣି ଥରେ ପରିବର୍ତ୍ତନ ହୋଇପାରିବ କି ମେସେଜ ?ଏହା ୟୁଜର ଙ୍କ ପାଇଁ ଉପଯୋଗୀ ହେବ ନା ଟ୍ୱିଟର ନିଜର ସ୍ୱତନ୍ତ୍ର ହରାଇବ କି ? ମସ୍କଙ୍କ ଏହି ମର୍ମ ରେ ଟ୍ୱିଟର ରେ ଏକ ପୋଲ ବା ଜନମତ ସର୍ଭେ ଆରମ୍ଭ କରିଛନ୍ତି l ତେବେ ମସ୍କ ଙ୍କ ଟ୍ୱଇଟରେ କେତେ ସତ କେତେ ମିଛ ତାହା ବଡ ପ୍ରଶ୍ନ ଉଙ୍କି ମାରିଛି l ନା ତାହା ତାଙ୍କର ଏକ ଗିମିକ ତାକୁ ନେଇ ଉଠିଛି ପ୍ରଶ୍ନ l

କାରଣ ମସ୍କ ଆଗରୁ ମଜାରେ ଟୁଇଟରେ ଏଭଳି ଅନେକ ପୋଲ କରିଛନ୍ତି l ତେବେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ମସ୍କ ଙ୍କ ଟୁଇଟ ଉପରେ ପ୍ରତିକ୍ରିୟା ଦେବା ପରେ ବଢିଛି ୟୁଜର୍ସଙ୍କ ଉତ୍କଣ୍ଠା l ପରାଗ ଲେଖିଛନ୍ତି ଯେ ଏହି ମତାମତ ଅତ୍ୟନ୍ତ ଗୁରୁତ୍ୱପୁର୍ଣ ହେବ l

ଏହି ପୋଲ ର ପରିମାଣ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବହୁ ୟୁଜର୍ସ ଏଥିରେ ଭାଗ ନେଇଥିଲେ l ସେହିପରି 70 ପ୍ରତିଶତ ଭୋଟର ନା ବୋଲି କହିଥିଲେ l ତେବେ ପୋଲ ର ଫଳାଫଳ ଘୋଷଣା ପରେ ହିଁ ମସ୍କ କମ୍ପାନୀ ର 9.2 ପ୍ରତିଶତ ଅଂଶଧନ କିଣିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା l

Leave a Reply

Your email address will not be published. Required fields are marked *