ଠକିଦେଇ ଚାଲିଗଲା ଧରମ ଝିଅ

ଫୋକସ ପ୍ଲସ 8/3/23(ବ୍ୟୁରୋ): ଜଣେ ମା କେବେ ଦେଖେନି ସନ୍ତାନ ପାଳିତ ବା ଜନ୍ମିତ। ତେଣୁ ସେ ଏହାର ହିସାବ ରଖି ନ ଥିଲେ । ଅନ୍ତରରୁ ମମତା ନିଗାଡି ଭଲ ପାଉଥିଲେ । ହେଲେ ଝିଅ ମନରେ ଥିଲା ତ ଅନ୍ୟ କିଛି । ନା ସେ ବୁଝି ପାରି ନ ଥିଲା ମାର ମମତାକୁ ନା ତାର ବିଶ୍ୱାସ ଓ ଭଲ ପାଇବାକୁ । ତେଣୁ ମା’କୁ ଠକିଦେଲା ଚାଲିଗଲା ଧରମ ଝିଅ । ସ୍ୱାମୀକୁ କ୍ୟାନ୍ସର ହୋଇଛି ବୋଲି ମିଛ କହି ମା’ଠୁ ଟଙ୍କା ନେଇ ଏବେ ଫାଂକୁଛି ଝିଅ ।

ଧରମ ଝିଅର ଚାଲାକି ବୁଝିବା ପରେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମା’ । ଏ ନେଇ ସେ କୁଦାନଗରୀ ଥାନା ରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

କୁଦାନଗରୀ ଥାନା ଅନ୍ତର୍ଗତ ହୁରାସାହି ଗ୍ରାମର ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଜମପଡା ରାଇବଲ ଗ୍ରାମର ଷାଠିଏ ବର୍ଷୀୟା ଵୃଦ୍ଧା ଝୁନି ବାରିକ ଧରମ ଝିଅ କରିଥିଲେ । ପ୍ରଥମେ ଝୁନିଙ୍କ ସହ ଭାବ ଲଗାଇଲେ ଲଷ୍ମୀପ୍ରିୟା । ସ୍ୱାମୀଙ୍କୁ କ୍ୟାନ୍ସର ହୋଇଛି, ଚିକିତ୍ସା ପାଇଁ ଟଙ୍କା ଦରକାର କହି ମା ଝୁନି ଙ୍କ ପାଖରେ କାକୁତି ମିନତି ହୋଇଥିଲେ ଧରମ ଝିଅ ଲଷ୍ମୀପ୍ରିୟା ।

ଝିଅର ଛଳନା ବୁଝି ନପାରି ଝିଅ ଦୁଃଖ ଦୂର କରିବାକୁ ମା’ ନିଜ ମହିଳା ସୋୟାଂ ସହାୟକ ଗୋଷ୍ଠୀ ରୁ ୮୦ ହଜାର ଟଙ୍କା ଉଠାଇ ୨୦୨୧ ମସିହାରେ ଝିଅ କୁ ଦେଇଥିଲେ । ବର୍ତ୍ତମାନ ସୁଦ୍ଧ ମୂଳ ସହ ଟଙ୍କା ଦୁଇ ଲକ୍ଷ ଟଙ୍କାରେ ପହଞ୍ଚିଲାଣି ,ହେଲେ ଦେଖା ନାହିଁ ଝିଅର ।

ଝିଅ ଲଷ୍ମୀପ୍ରିୟା ଟଙ୍କା ନଫେରାଇ ଖେଳୁଥିବାରୁ ମା, ଧରମ ଝିଅ ର ଛଳନାକୁ ବୁଝି ପାରିଥିଲେ । ଜାଣିବାକୁ ପାଇଥିଲେ, ଲଷ୍ମୀପ୍ରିୟାଙ୍କ ସ୍ୱାମୀଙ୍କୁ କ୍ୟାନ୍ସର ହୋଇନାହିଁ । ମିଛ କହି ମା’ଙ୍କଠୁ ଟଙ୍କା ନେଇଛନ୍ତି ବୋଲି। ଏବେ ଝୁନି ବାରିକ,ଲଷ୍ମୀପ୍ରିୟା ଙ୍କ ଘରକୁ ଟଙ୍କା ମାଗିବାକୁ ଯିବାରୁ ଲଷ୍ମୀପ୍ରିୟା ଟଙ୍କା ନେଇଥିବା ଫାଙ୍କିବା ସହ ମା ସହ ବଚସା କରୁଥିବା ଜଣାପଡ଼ିଛି । ଏପରିକିି ମା’ ଝୁନିଙ୍କ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ସେଠାରୁ ଚାଲିଆସି ଝୁନି ବାରିକ ଧରମ ଝିଅ ଲଷ୍ମୀପ୍ରିୟା ନାୟକ ଙ୍କ ନାମରେ କୁଦାନଗରୀ ଥାନାରେ ଏତଲା ଦେଇଛନ୍ତି ।

ସୂଚନାଅନୁଯାୟୀ , ଲଷ୍ମୀପ୍ରିୟା ଅନେକ ଲୋଳଙ୍କୁ ଏମିିତି ମିଛ କହି, ସ୍ୱାମୀ ଦେହଖରାପ ବାହିନା କରି ଟଙ୍କା ଆଣିଥିବା ପୂର୍ବରୁ ଅଭିଯୋଗ ହୋଇଥିବା ଜଣା ପଡ଼ିଛି I

Leave a Reply

Your email address will not be published. Required fields are marked *