ଠାକୁର ଘରେ ଚାଲିଛି ପାଠ ପଢା

ଫୋକସ ପ୍ଲସ (ଆନନ୍ଦପୁର)୧୪/୦୭/୨୦୨୨: ଆନନ୍ଦପୁର ବ୍ଲକ ଶାଳବଣି ପଞ୍ଚୟତ ବାଲିପଶି Up ସ୍କୁଲରେ ବହୁତ ଦିନ ହେବ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ (40)ଠାକୁର ଘର ବାରଣ୍ଡାରେ ପାଠ ପଢ଼ୁଛନ୍ତି।ଏଠାରେ ଶିକ୍ଷକ କହିଲେ ଦୁଇ ଜଣ,ତାଙ୍କ ମଧ୍ୟରୁ ଜଣେ ସ୍କୁଲରେ ରହି, ସ୍କୁଲ ଦାୟତ୍ୱ ଓ ପିଲାମାନଙ୍କୁ ସମ୍ଭାଳୁଛି, ଆଉଜଣେ ତାଙ୍କ ମନ ଇଚ୍ଛା କେତେବେଳେ ଆସୁଛନ୍ତି ତ ବେଳେ ବେଳେ ଆସୁ ନାହାନ୍ତି, ତେବେ ଏହି ଖବର ପାଇ ଆମର ଫୋକସ ପ୍ଲସ ରିପୋର୍ଟର ସେଠାରେ ପହଁଚି , ସେଠି କାର ସ୍ଥିତି ପରଖି ଥିଲେ। ସେଠାକାର ବିଭିନ୍ନ ସମଶ୍ୟl ଦେଖି ସେନେଇ , ଶିକ୍ଷକ ଙ୍କୁ କିଛି ପ୍ରଶ୍ନ ପଚlରି ଥିଲେ, କିନ୍ତୁ ଶିକ୍ଷକ କେମେରl ଆଗରେ କିଛି କହିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ। ଶିକ୍ଷକଙ୍କ କହିବା ଅନୁସାରେ ଯଦି ସେମାନେ କିଛି ବି କହିବେ ତେବେ ଉପରିସ୍ଥ ଅଧକାରୀଙ୍କ ରୋଷର ଶିକାର ହେବେ ଏପରିକି ତାଙ୍କ ଉପରେ ସିଧା ଟେକା ଫିଙ୍ଗାହେବ ବୋଲି ସେ କହିଥିଲେ । ଆହୁରି ମଧ୍ୟ ସ୍କୁଲ ବିଷୟ ରେ ବହୁ ବାର ଉପରିସ୍ଥ ଅଫିସରଙ୍କୁ ଜଣାଇଥିଲେ ମଧ୍ୟ ,ସେ କୌଣସି ପଦକ୍ଷେପ ପାଇଁ କେବେ ଇଚ୍ଛୁକ ହେଉନାହାନ୍ତି ତେଣୁ ତାଙ୍କୁ ଜଣାଇବା ଯାହା ଚୁପ ଚାପ ରହିବା ତାହା ବୋଲି ସେ କହିଥିଲେ। ଏ ବିଷୟରେ, ଶିକ୍ଷା ବିଭାଗର crc ଓ ତାଙ୍କର ଶାଳବଣି ପଞ୍ଚlୟତ ର ସ୍କୁଲ ବିଭାଗ ରେ ରହିଥିବା,ରଘୁନାଥ ସାରଙ୍କୁ ପଚାରିବାରୁ ସେମାନେ ଧମକ ର ପ୍ରତି କ୍ରିୟା ରଖି ଥିଲେ, …ତେବେ ଏହାରି ଭିତରେ ପଞ୍ଚାୟତ ତରଫରୁ ସ୍କୁଲ ଛାତ ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଦ୍ଵାରା ଏହି କାମ ବନ୍ଦ ଅଛି ବୋଲି ସୂଚନା ମିଳିଛି।

ଆନନ୍ଦପୁର ରୁ ବିନୋଦ ଖଣ୍ଡ ଙ୍କ ରିପୋର୍ଟ ଫୋକସ ପ୍ଲସ |

abo ଧମକ

Leave a Reply

Your email address will not be published. Required fields are marked *