ଠିପି ବନ୍ଦ ବିଦେଶୀ ମଦ ଦୋକାନୀ ଙ୍କ ମନାମାନୀ ନିଦା ବିଷ୍ଣୁ ସାଜିଛି ବିଭାଗୀୟ ଅଧିକାରୀ l

 

 

 

କେନ୍ଦୁଝର13/11/2023;  କେନ୍ଦୁଝର ଜିଲ୍ଲା ଖଣୀ ଅଂଚଳ ରେ ଠିପି ବନ୍ଦ ମଦ ଦୋକାନୀ ଙ୍କ ଚାଲିଛି ମନମୁଖୀ ବେପାର ଧାର୍ଯ୍ୟ ମୂଲ୍ୟ ଠୁ ମନ ଇଛା ଟଙ୍କା ନେଉଛନ୍ତି ଗ୍ରାହକ ଙ୍କ ଠାରୁ, ଅଭିଯୋଗ କଲେ ନାଲି ଆଖି ଦେଖାଉଛନ୍ତି,ଏମିତି କି ବିଲ ପାଇଁ କିଏ ଜଦି ଯୁକ୍ତି ତର୍କ କଲା ତାହାଲେ ବାଡ଼େଇବା ପାଇଁ ମଧ୍ୟ ପଛାଉନାହାନ୍ତି l ଯୋଡ଼ା ବଡ଼ବିଲ ର ଅବକାରୀ ଅଧିକାରୀ ଙ୍କୁ ଫୋନ ମଧ୍ୟମରେ ଜଣାଇଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦେଖିବାକୁ ମିଳୁଛି, ମଦ ବିକ୍ରି ସମୟରେ ଗ୍ରାହକଙ୍କୁ ମଦ ରେ ଥିବା ବାର୍ କୋଡ଼ ସ୍କାନ କରି ବିଲ ଦେଲେ ଯାଇ ଟଙ୍କା ନେବାର ପ୍ରବଧାନ ଥିଲେ ମଧ୍ୟ କୌଣସି ମଦ ଦୋକାନୀ ଏହା ପାଳନ କରୁନାହାନ୍ତି,ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବା ସହ ବାରମ୍ବାର ଅଭିଯୋଗ ହେଲେ ଦୋକାନ କୁ ସମ୍ପୂର୍ଣ ସିଲ କରିବାର ନିୟମ ରହିଛି କିନ୍ତୁ ଏଠି ଅବକାରୀ ବିଭାଗ ନିଦା ବିଷ୍ଣୁ ସାଜିଥିବା ବେଳେ ମଦ ଦୋକାନି କୌଣସି ନିୟମ ପାଳନ କରୁନଥିବା ଅଭିଯୋଗ ହେଉଛି l

Leave a Reply

Your email address will not be published. Required fields are marked *