ଡଙ୍ଗା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

ଫୋକସ ପ୍ଲସ(ମହାକାଳପଡା)୨୧/୦୮/୨୦୨୨: ଖବର ମହାନଦୀ ର ପ୍ରଖର ସୁଅରେ ବାହାକୁଦ ଫେରି ଘାଟ , ଡଙ୍ଗା ଦୁଘାଟଣା ରୁ ଅଳ୍ପକେ ବଞ୍ଜିଲେ ୪୦ଜାତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ର ରାମନଗର ପଞ୍ଚାୟତ ବାହାକୁଦ ଫେରି ଘାଟ ରେ , ସଂଧ୍ୟା ରେ ପାରାଦୀପ ପଟୁ ଏକ ଫେରି ଘାଟରେ ୪୦ଜଣ ରୁ ଉର୍ଦ୍ଧ ଯାତ୍ରି ଓ ୧୦ରୁ ୧୨ଟି ମଟର ସାଇକେଲ ଙ୍କୁ ଧରି ବାହାକୁଦ ପଟକୁ ଆସୁଥିଲା ବେଳେ ହଠାତ୍ ମଟର ଚାଳିତ ବେଲ୍ଟ କଟିଜିବାରୁ ମହାନଦୀର ପ୍ରଖର ସୁଅରେ ୪ରୁ ୫କିଲୋମିଟର ପର୍ଯ୍ୟନ୍ତ ଡ଼ଙ୍ଗା ଭାସିଜାଇଥିଲା । ସମସ୍ତ ଜାତ୍ରୀ ମାନେ ଭୟଭୀତ ଅବସ୍ଥାରେ ରହିଥିଲେ ଏହି ଘାଟ ଟି ବଙ୍ଗୋପସାଗର ସାଗର ମୁହାଣ ନିକଟରେ ହୋଇଥିଲା ବେଳେ , ବାହାକୁଦ ଙ୍କନ୍ଧା ନିକଟରେ ଏକ ଢିପ ରେ ପିଟି ହୋଇ ଜିବାରୁ ଡଙ୍ଗାଟି ଅଟକି ଜାଇଥିଲା । ସେହି ସମୟରେ ୧୦ଜଣ ସାହାସୀ ଯାତ୍ରୀ ଫେରି ଘାଟ ରୁ ଡେଇଁ ପଡ଼ି ରଶିକୁ ଟାଣି ଟୁବିଘାଟ ନିକଟରେ ବହୁ କଷ୍ଟରେ ଅଟକାଇଥିଲା ବେଳେ ଖବର ପାଇ ମହାକାଳପଡା ବ୍ଲକ ବିଡ଼ିଓ ଦେବାଶିଷ ରାଉତ ମେରାଇନ୍ ବୋଟ୍ଓ ଏବଂ ଏନଡିଆର୍ ଓଡ଼୍ରାଫ ଟିମ୍ ପହଞ୍ଚି ୪୦ଜଣ ଛାତ୍ରୀ ଙ୍କୁ ସୁରକ୍ଷିତ ଭାବେ ଉଧାର କରିଥିଲେ ଏଠି ପ୍ରଶ୍ନବାଚୀ ସୃଷ୍ଟି ହୁଏ ଡଙ୍ଗାର କାପାଶିଟି ଠାରୁ ଅଧିକ ଆଣିବାପାଇଁ ଅଧିକାର ଦେଲା କିଏ କାହା ବାହୁ ଛତ୍ରଛାୟା ତଳେ ନିଜର ମନମାନି ଚଲାଉଥିଲେ , ମହାନଦୀ ରେ ବନ୍ୟା ସମୟରେ ବିପଦପୂର୍ଣ୍ଣ ଭାବେ ଘାଟ ଚଳାଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

ମହାକାଳପଡା ରୁ ସମୀର ପ୍ରସାଦ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *