ଫୋକସ ପ୍ଲସ ୨୧/୧/୨୩(ଯାଜପୁର):ଦିନେ ଆଶା କରିଥିଲା ବଡ଼ ହେବ, ଭଲ ପାଠ ପଢିବ, ସରକାରୀ ଚାକିରୀ କରିବ, ବାପାଙ୍କର ଅନେକ ସ୍ୱପ୍ନକୁ ସାକାର କରିବ l କିନ୍ତୁ ସେସବୁ ମାଟିରେ ମିଶିଗଲା lଆମେ କହୁଚୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଶରତ ମଳିକଙ୍କ ପୁଅ ଡମ୍ବରୁ ମଳିକ କଥା। ଡମ୍ବରୁଙ୍କୁ ବୟସ ସତର ବର୍ଷ । ମ୍ୟାଟ୍ରିକ ପଢୁଥିବା ସମୟରେ ଦିନେ ସକାଳୁ ସ୍କୁଲ ଯିବାପାଇଁ ପାଖରେ ଥିବା ନାଳକୁ ଗାଧେଇ ବାକୁ ଯାଇଥିଲେ ।କିନ୍ତୁ ନାଳରେ ଗୋଡ଼ ଖସିଯିବା ହେତୁ ପାଣି ଭିତରେ ପଡିଗଲେ ଡମ୍ବରୁ ।ଫଳରେ ପାଣି ଉପରକୁ ଉଠିପାରି ନଥିଲେ ଡମ୍ବରୁ ।ନିକଟରେ ଗାଧେଇ ଯାଇଥିବା ଲୋକେ କାହିଁକି ଡମ୍ବରୁ ପାଣିରୁ ଉଠୁନି ଦେଖିଲା ବେଳକୁ ତାଙ୍କ ବେକ ବଙ୍କା ହୋଇଯାଇଛି ।ସଙ୍ଗେ ସଙ୍ଗେ ତାଙ୍କୁ ଡ଼ାକ୍ତରଙ୍କ ପାଖକୁ ନେଇ ଆସିଥିଲେ। ଡ଼ାକ୍ତର ମେଡିସିନ ଦେବା ସହ କହିଥିଲେ ମେଡିସିନରେ ନକମିଲେ ଅପରେସନ ହେବ । ଦୁଇ ବର୍ଷ ହେବ ଯେତେ ମେଡିସିନ ଖାଇଲେ ମଧ୍ୟ ବେକ କମିବାରେ ନା ନେଉନି ।ଡମ୍ବରୁ ଙ୍କ ବାପା ଜଣେ ଦିନ ମଜୁରୀଆ ହୋଇଥିବାରୁ ଆର୍ଥିକ ଅନଟନରେ ସେମାନଙ୍କ ପରିବାର ଚଳୁଛି ।ପୁଅର ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।ଡମ୍ବରୁ ଭଲ ହୋଇଗଲେ ସେମାନଙ୍କ ପରିବାର ର ଦୁଃଖ ଦୂର ହୋଇପାରିବ । ଡମ୍ବରୁର ବିଜୁ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ଅଛି l କିନ୍ତୁ କାମରେ ଲାଗି ପାରୁ ନାହିଁ l ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ସମେତ ସ୍ଥାନୀୟ ଲେlକେ ।