ଫୋକସ ପ୍ଲସ 27/3/23(ବ୍ୟୁରୋ):
• କେବେ ମିଳିବ ଡମ୍ବୁରୁକୁ ଆବସ ଯୋଜନାରେ ଘର।
• ଛାତିରେ ହାତ ମାରି ବାହା ବାହା ନେଉଥିବା ରାଜ୍ୟ ସରକାରକୁ କଣ ଦେଖା ଯାଉନାହିଁ।
• କେବେ ନଜରରେ ପଡିବ ସରପଞ୍ଚ ବିଡିଓ ଆଖିରେ।
• ହାତଗୁଞ୍ଜା ଦେଉନାହିଁ ବୋଲି ମିଳୁନାହିଁ ଆବାସ ଯୋଜନାର ଘର।
ସୋନପୁର ଜିଲ୍ଲା ତରଭା ବ୍ଳକ ଅଞ୍ଚଳରେ ଆବାସ ଯୋଜନା ବାଟବଣା ହେଇଥିବା ଦେଖିବାକୁ ମିଳିଛି। ଯୋଗ୍ଯ ହିତାଧିକାରୀଙ୍କୁ ମିଳୁନି ପକ୍କା ଘର । ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳୁଛି ତରଭା ବ୍ଳକର ସରଗଜ ପଞ୍ଚାୟତ ଦେଓଗାଁରେ ଗାଁ ର ଡମ୍ବୁରୁ ପଧାନ ଯେ କି ପକ୍କା ଘରଟିଏ ପାଇଁ ସ୍ବପ୍ନ ଦେଖି ଦେଖି ମରିବାକୁ ବସିଲାଣି । ଡମ୍ବରୁ ର ବୟସ ସତୁରି ଟପିଲାଣି ଘରେ ତାଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବ ବଡପୁଅ ସାହେବ ପଧାନ ସେ ଜଣେ ରୋଗଣା, ବଡ ନାତି ଶ୍ରୀକାନ୍ତ ପଧାନ ଜଣେ ଭିନ୍ନକ୍ଷମ ଅଟେ । ଝାଟି ମାଟି ଘରେ ବିତୁଛି ଜୀବନ। ଦିନରେ ସୂର୍ଯ୍ୟ ଦିଶୁଛି ତ ରାତିରେ ଚନ୍ଦ୍ରମା କାନ୍ଥରେ ଫାଟ ଆଁ କରିଥିବା ବେଳେ କେତେବେଳେ କାନ୍ଥ ପଡି ନ ଯିବ କିଏ କହିବ । ତାଙ୍କ କହିବି ହିସାବରେ ବର୍ଷା ଦିନେ ଅଧିକ ବର୍ଷା ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଷେଇ ବାସ ବି କରି ପାରୁନାହାନ୍ତି ଗୋଟିଏ ବଖରାରେ ବିତୁଛି ଜୀବନ । ଘରଟିଏ ପାଇଁ ପଞ୍ଚାୟତରୁ ବ୍ଳକ୍ ଅଫିସ କୁ ଯାଇ ଯାଇ ନିଅନ୍ତି ହୋଇଗଲାଣି। ବିଡିଓ ଏବଂ ସରପଞ୍ଚଙ୍କୁ ଗୁହାରି କରି କରି ଶେଷରେ ନିରାଶ ହୋଇଗଲାଣି । ଦେଖିବାକୁ ଗଲେ ଆବାସ ତାଲିକାରେ ଧନିଙ୍କ ନାଁ ଅଛି ହେଲେ ଗରିବ ହିତାଧିକାରୀଙ୍କୁ ନାଁ ନାହିଁ। ଗରିବ ଲୋକଙ୍କୁ ପାଖରେ ପହଞ୍ଚି ପାରୁନି ଯୋଜନା । ଏନେଇ ବୃଦ୍ଧ ଡମ୍ବରୁ ନାରାଶ୍ରୟ ହୋଇ ମନ ଦୁଃଖର ଅଛ। ତଥାପି ମନରେ ଆଶା ବାନ୍ଧିଛନ୍ତି ବୃଦ୍ଧ ଡମ୍ବୁରୁ କାଳେ ଘରଟିଏ ମିଳିଯିବ ବୋଲି ।