ଡାଇରିଆ ଆତଙ୍କ, ୧୦ଦିନ ମଧ୍ୟରେ ୨ମୃତ

ଫୋକସ ପ୍ଲସ(ବୋରିଗୁମ୍ମା)୨୦/୦୮/୨୦୨୨: କୋରାପୁଟ ଜିଲାକୁ ଲାଗିଛି ଡାଇରିଆ ଭୟ । ଜିଲ୍ଲାର ଦସମନ୍ତପୁର ବ୍ଲକ ପରେ ଏବେ ବୋରିଗୁମ୍ମା ବ୍ଲକ ରେ ବ୍ୟାପିଛି ଡାଇରିଆ ବ୍ଲକର ଉପାନ୍ତ ହରଡ଼ାଗୁଡା ପଞ୍ଚାୟତରେ ବ୍ୟାପିଛି ଝାଡାବାନ୍ତି। ୧୦ ଦିନ ମଧ୍ୟରେ ହରଡ଼ାଗୁଡା ପଞ୍ଚାୟତର ଡମ୍ବତୁରୁଞ୍ଜି ଗାଁ ର ଦୁଇ ଜଣଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ବେଳେ ଏବେ ଅଂକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।ସେପଟେ ତିନିଜଣ ଗୁରୁତର ଆକ୍ରାନ୍ତଙ୍କୁ ବୋରିଗୁମ୍ମା ମେଡିକାଲ ରେ ଭର୍ତି କରାଯାଇଛି ।ଝାଡା ବାନ୍ତି କୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ୧୦ ଦିନ ହେବ ଗାଁ ରେ ଟେଣ୍ଟ ମରି ବସିଛି । କାଶୀପୁର ଭଳି ସ୍ଥିତି ଅଣାୟତ ନ ହେବ ସେ ନେଇ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ ଏବଂ ୨ଜନଙ୍କ ଜୀବନ ଯିବା ପରେ ଏ ଦେଖନ୍ତୁ ମେଡ଼ିସିନ ,ସେଲାଇନ ,ଅର୍ଶ ର ପାହାଡ଼ କରି ଦେଇଛ ଖୋଲିଛି ଅସ୍ଥାୟି ଡାକ୍ତରଖାନା । ପଂଚାୟତର ଦଳେଇ ପଦର,ଚାନ୍ଦ ବେଢ଼ା, ଗରୁଡ ଗଛ,ପଟା ରାଙ୍ଗଣି, ଦଳେଇ ପଦର, ପାଟିଆଶୀଳ ଭଳି ଗାଁ କୁ ଯାଇ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ଔଷଧ ବଣ୍ଟନ ମଧ୍ୟ କରୁଛି ଡାକ୍ତରୀଦଳ ।ଜନ ସଚେତନ ମଧ୍ୟ ଚାଲିଛି ।ଲଘୁଚାପ ଜନିତ ବର୍ଷା କାରଣ ରୁ ଚାବେରୀ ନଦୀ ରେ ଜଳ ସ୍ରୋତ ବୃଦ୍ଧି ପାଇଛି।ଏହାକୁ ଦୃଷ୍ଟି ଆଗରେ ରଖି ଓଡ୍ରାଫ ର ଏକ ଟିମ ନଦୀ ନିକଟ ରେ ପହଞ୍ଚିଛି। ଆଉ ବୋଟ ଯୋଗେ ସ୍ୱାସ୍ଥ୍ୟ ବିଭାଗ ର ଡାକ୍ତରୀ ଟିମ ଡମ୍ବ ତୁରୁଞ୍ଜି, ଗାଁ ରେ ପହଞ୍ଚି ଲୋକଙ୍କ ଚିକତ୍ସା କରୁଛନ୍ତି। ତେବେ କାହିଁକି ଏବଂ କେଉଁ କାରଣରୁ ଲୋକଙ୍କୁ ଏହି ଡାଇରିଆ ବ୍ୟାପିଛି ତାହାକୁ ତର୍ଜମା କରୁଛି ସ୍ୱାସ୍ଥ୍ୟ ବିଭାଗ ।ସେପଟେ ଏବେ ସ୍ଥିତି ନିୟନ୍ତ୍ରିତ ଥିବା କହିଛନ୍ତି ଡାକ୍ତର ଦିଲ୍ଲୀପ କୁମାର ନାଥ ।

ବୋରିଗୁମ୍ମା ରୁ ମାନସ ରଂଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *