ଡାକ ବିଭାଗ ପକ୍ଷରୁ କେସିଙ୍ଗା ଡାକମେଲା ଅନୁଷ୍ଠିତ

ଫୋକସ ପ୍ଲସ (କଳାହାଣ୍ଡି)୨୪/୦୬/୨୦୨୨: କଳାହାଣ୍ଡି ଜିଲ୍ଲା ଡାକ ବିଭାଗ ପକ୍ଷରୁ କେସିଙ୍ଗା ଆର୍ ଏମ୍ ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଡାକ ମଣ୍ଡଳ ସଞ୍ଜୟ କୁମାର ବିଶ୍ଵାଳ ଯୋଗଦେଇଥିଲେ। ଏହି ଡାକ ମେଳା ରେ ଡାକ ନିରୀକ୍ଷକ ଅନନ୍ତ ଚରଣ ସାହୁ ,ଆସିଷ୍ଟାଣ୍ଡ ମେନେଜର ଆଇ ପିପି ବି ଧିରେନ୍ କୁମାର୍ ପଟେଲ , ଡିଓ ପି ଏଲ୍ ଆଇ ଅଭିଷେକ ପଣ୍ଡା, କୁଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କେସିଙ୍ଗା, ମ. ରାମପୁର, ରୁପ୍ରାରୋଡ, ରିଶିଡା, କର୍ଲାମୁଣ୍ଡା, ଉତକେଲା ର ସମସ୍ତ ଡାକ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହି ଡାକ ମେଳା ରେ କେମିତି ଡାକ ଜୀବନ ବୀମା ଏବଂ ସଞ୍ଚୟ ସଂପର୍କରେ ବୁଝାଇବା ସହ କେମିତି ସାଧାରଣ ଲୋକ ଡାକ ଦ୍ଵାରା ଲାଭ ପାଇ ପାରିବ ତାହା ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *