ଡାଲମିଆ ସିମେଣ୍ଟ ପୁନଃବାସ ଓ ଥଇଥାନ ଉପରେ ଜନଶୁଣାଣୀ ବିଫଳ।

ଫୋକସ ପ୍ଲସ ୭/୬/୨୨(ସୁନ୍ଦରଗଡ଼):ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ କମ୍ପାନୀର ଲାଞ୍ଜିବେର୍ଣ୍ଣl ସ୍ଥିତ ଚୁନପଥର ଖଣିର ସମ୍ପ୍ରସାରଣ ସକାଶେ ଜମି ଅଧିଗ୍ରହଣ ନିମନ୍ତେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ବେଆଇନ ଭାବେ ଆଇନର ଉଲଂଘନ କରି ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ପନ୍ନ ହୋଇଥିବା ନେଇ କୁକୁଡ଼ା ପଞ୍ଚାୟତ, ଅଲଣ୍ଡା ପଞ୍ଚାୟତ, କେସରାମାଲ ଏବଂ ଝଗରପୁର ପଞ୍ଚାୟତର ବାସିନ୍ଦା ଅଭିଯୋଗ କରିଛନ୍ତି।ଜମିଅଧିଗ୍ରହଣ ଯୋଗୁଁ ପ୍ରଭାବିତ ବା କ୍ଷତିଗ୍ରସ୍ତ ହେଉଥିବା ପରିବାରକୁ ପୁନର୍ବାସ ଓ ଥଇଥାନ ପ୍ରକ୍ରିୟା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜମି ଅଧିଗ୍ରହଣ ପାଇଁ କୁକୁଡ଼ା ପଞ୍ଚାୟତ ଅନ୍ତର୍ଗତ ଜଲୋଡ଼ିହି ଏବଂ ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲବାହାଲର ବିସ୍ଥାପିତ ହେଉଥିବା ପରିବାରବର୍ଗଙ୍କୁ ଦୃଷ୍ଟି ରେ ରଖି ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ତଥା ପ୍ରସାଶକ ପୁନର୍ବାସ ଓ ଥଇଥାନ ଗତ ମାସ୧୭ ତାରିଖରେ ପ୍ରଦାନ କରାଯାଇଥିବା ପତ୍ର ସଂଖ୍ୟା ୪୦୨ ମାଧ୍ୟମରେ ପୁନର୍ବାସ ଏବଂ ଥଇଥାନ ଯୋଜନା ଗୁଡ଼ିକୁ ପଠାଇଥିଲେ l ଏହି ସ୍କିମରେ ଓଡିଶା ପୁନର୍ବାସ ଓ ଥଇଥାନ ନୀତି ୨୦୦୬, ଏବଂଜମି ଅଧିଗ୍ରହଣ, ପୁନର୍ବାସ ଏବଂ ପୁନଃ ବିସ୍ଥାପନ ଅଧିନିୟମ, ୨୦୧୩ ରେ ନ୍ୟାୟଯୁକ୍ତ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଅଧିକାର ନିୟମ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ବର୍ତମାନ ସୁଦ୍ଧା ହୋଇଥିବା ବିସ୍ଥାପିତ ପୁନର୍ବାସ ଓ ଥଇଥାନ ନୀତିକୁ ଅନୁସରଣ କରାଯାଇଛି l
ସୁନ୍ଦରଗଡ଼ ଉପଜିଲ୍ଲାପାଳ ତଥା ଶ୍ରୀ ଅଭିମନ୍ୟୁ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନଶୁଣାଣୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନ୍ଦରଗଡ ସୁରେନ୍ଦ୍ର ମାଝୀ, ରାଜଗାଙ୍ଗପୁର ତହସିଲଦାର ଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିୟୁଷ ଲୋହାର, କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଇତ୍ଵରେ ଥିବା ତହସିଲଦାର ରବୀନ୍ଦ୍ର କୁମାର ସେଠି, ରାଜଗାଙ୍ଗପୁର ଥାନା ଅଧିକାରୀ ବିବତ୍ସ ପ୍ରଧାନ, ରାଜଗାଙ୍ଗପୁର ଏସଡିପିଓ ଡ଼.ସଶାଙ୍କ ଶେଖର ବେଉରା ଓ ଜିଲ୍ଲାର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l
ବିସ୍ଥାପିତ ପରିବାର ଏହି ଜମି ଅଧିଗ୍ରହଣ ପାଇଁ ପୁନର୍ବାସ ଓ ଥଇଥାନ ପ୍ରକ୍ରିୟାକୁ ଜୋରଦାର ବିରୋଧ କରିଥିଲେ। ଏବଂ କିଛି ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିଥିଲେ l ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ପୁନର୍ବାସ ଓ ଥଇଥାନ ଉପରେ ଗ୍ରାମ ବାସିନ୍ଦାଙ୍କ ନିକଟରେ ସମସ୍ତ ପ୍ରସ୍ତାବ ମୌଖିକ ଭାବେ ରଖିଥିଲେ।କିନ୍ତୁ ଉପଜିଲ୍ଲାପାଳଙ୍କର ସମସ୍ତ ପ୍ରକାର ପ୍ରସ୍ତାବକୁ ଗ୍ରାମବାସୀ ଆଗ୍ରାହ୍ୟ କରିବା ସହିତ ଜୋରଦାର ବିରୋଧ କରିଥିଲେ।

Leave a Reply

Your email address will not be published. Required fields are marked *