ଡିଜନୀରୁ ବିଦା ହେବେ ୭ହଜାର କର୍ମଚାରୀ

ଫୋକସ ପ୍ଲସ 09/02/2023(ବ୍ୟୁରୋ):ଡିଜନୀରୁ ବିଦା ହେବେ ୭ହଜାର କର୍ମଚାରୀ ଟେକ୍ କମ୍ପାନୀଗୁଡ଼ିକରେ ଛଟେଇ ଟ୍ରେଣ୍ଡ ଜାରି ରହିଛି । ଏହି ତାଲିକାରେ ସାମିଲ ହୋଇଛି ଏଣ୍ଟରଟେନମେଣ୍ଟ ଜିଆଣ୍ଟ ଡିଜନୀ । ଗ୍ଲୋବାଲ ଓ୍ବାର୍କଫୋର୍ସରୁ ୭ହଜାର କର୍ମଚାରୀ ବିଦା କରିବାକୁ କମ୍ପାନୀ ପ୍ଲାନ କରିଛି ।ଏକ ରିପୋର୍ଟ ଆଧାରରେ କମ୍ପାନୀ ଛଟେଇ କରିବାକୁ ନିଷ୍ପତ୍ତ ନେଇଛି ବୋଲି କହିଛନ୍ତି ସିଇଓ ବବ୍ ଇଗର । କରୋନା ମହାମାରୀ ପରେ ଲୋକମାନେ ଖର୍ଚ୍ଚ କାଟ କରୁଥିବାରୁ ପ୍ରଥମ ଥର ପାଇଁ ଡିଜନୀ ସବସ୍କ୍ରାଇବରଙ୍କ ସଂଖ୍ୟା କମିଛି । ଗତ ଡିସେମ୍ବର ୩୧ରେ ଡିଜନୀର ଭିଡିଓ ଷ୍ଟ୍ରିମିଂ ସେବା ଡିଜନୀ ପ୍ଲସ ହଟଷ୍ଟାରର ସବସ୍କ୍ରାଇବରଙ୍କ ସଂଖ୍ୟା ୧ପ୍ରତିଶତ ହ୍ରାସ ପାଇଛି । ଛଟେଇ ନିଷ୍ପତ୍ତି ଭିତରେ ସେୟାର ହୋଲ୍ଡରଙ୍କୁ ରିଓ୍ବାର୍ଡ ଦେବାକୁ ଯୋଜନା କରୁଛି କମ୍ପାନୀ । କରୋନା ମହାମାରୀ କାଳରେ କମ୍ପାନୀ ସେୟାରହୋଲ୍ଡରଙ୍କୁ ଲାଭାଂଶ ଦେଇ ନଥିବାରୁ ଏବେ ତାହା ରିଟର୍ଣ୍ଣ କରିବାକୁ ଯୋଜନା କରୁଛି ବୋଲି ସିଇଓ ଇଗର କହିଛନ୍ତି ।

Leave a Reply

Your email address will not be published. Required fields are marked *