ଡିମିରିଆ ବାଲିଘାଟ ପାଇଁ ଜନ ଶୁଣାଣି।

ଫୋକସ ପ୍ଲସ(ହାଟଡ଼ିହି) ୨୯/୦୭/ ୨୦୨୨: ହାଟଡିହି ବ୍ଲକ ଅନ୍ତର୍ଗତ ହାବେଳେଶ୍ୱର୍ ପଞ୍ଚାୟତ ଡିମିରିଆ ବାଲି ସୌରତ ନିଲାମ ପ୍ରକ୍ରିୟା ରେ ଆଜି ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଯେଉଁ ଜନ ଶୁଣାଣି ଉପରେ ସାଧାରଣ ଲୋକ ଙ୍କ ସମସ୍ୟା ବୁଝିବା ଓ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଗଛ ଲଗାଇବା ବାଲି ସୌରତ ରେ ସ୍ଥାନୀୟ ଯୁବକ ନିଯୁକ୍ତି ପାଇବା ଏବଂ ବାଲି ଉଚ୍ଚା ଦାମ କୁ କମାଇ ଲୋକଙ୍କ ସୁବିଧା ମୁତାବକ ବାଲି ଯୋଗାଣ କରିବାପାଇଁ ଆଲୋଚନା ହୋଇଥିଲା। ଯାହାକୁ କି ନିକଟସ୍ଥ ଗ୍ରାମ ର ଯୁବକ ବୁଦ୍ଧିଜୀବୀ ମାନେ ଦୃଢ଼ ଭାବେ ସମର୍ଥନ ଜଣାଇଛନ୍ତି। ଏବଂ ବର୍ତ୍ତମାନ ଚାଷକାର୍ଯ୍ୟ ଚାଲିଥିବାରୁ ବିଶେଷ ଲୋକ ଆସି ପରିନଥିଲେ। ଏହି ଡିମିରିଆ ବାଲି ଘାଟ ଜନ ଶୁଣାଣି କୁ ସୁରକ୍ଷିତ ଭାବେ ପରିଚାଳିତ କରିବା ପାଇଁ ନନ୍ଦିପଦା ଥାନା ଅଧିକାରୀ ଜିଲ୍ଲା ପୋଲିସ ସହାୟତା କ୍ରମେ ହାଟଡିହି ତହସିଲଦାର ଦିଲୀପ ସାହୁ ଙ୍କ ନେତୃତ୍ଵ ରେ ଜିଲ୍ଲା ପ୍ରର୍ଦୂଷଣ ବୋର୍ଡ ର ଅଧିକାରୀ ମାନଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହାନ୍ତ ଓ ଅନ୍ୟ ଜଣେ ଅଧିକାରୀ ପ୍ରଶାନ୍ତ କର ଉପସ୍ଥିତ ଥିଲେ। ଲୋକମାନଙ୍କ ର ସମସ୍ତ ଦାବି ପୁରଣ କରି ସ୍ଥାନୀୟ ପ୍ରଶାସନ, ନିକଟସ୍ଥ ଗ୍ରାମ ବାସି ଙ୍କ ସହୋଯୋଗ ରେ ନିଲାମ ଧାରି ଚିନ୍ମୟ ନାୟକ ଆଗାମୀ ଦିନରେ କିପରି ରାଜସ୍ବ ଆଦାୟ କରି ସରକାର ଙ୍କୁ ପ୍ରଦାନ କରିବେ ସେ ଦିଗ ରେ ଧ୍ୟାନ ଦେବେ।

Leave a Reply

Your email address will not be published. Required fields are marked *