ଡି ପଲ୍ ପବ୍ଲିକ ସ୍କୁଲ ରେ ୭୩ତମ ବନ ମହୋଉତ୍ସବ ପାଳିତ

ଫୋକସ ପ୍ଲସ (ସୋରଡ଼ା) ୦୭/୦୭/୨୦୨୨: ବୃକ୍ଷ ହିଁ ଜୀବନ, ତେଣୁ ଆଜିର ଯୁବ ପିଢି ଓ କୁନି କୁନି ଶିଶୁ ମାନଙ୍କୁ ସଚେତନ କରାଇବା ପାଇଁ ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଆୟୋଜିତ କରାଯାଉଛି | ଏମିତି ସଚେତନ କାର୍ଯ୍ୟକ୍ରମ ସୋରଡା ସ୍ଥିତ ଡିପଲ୍ ପବ୍ଲିକ ସ୍କୁଲ ଠାରେ ଆଜି ୭୩ତମ ବନ ମହୋଉତ୍ସବ ସପ୍ତାହ ପାଳିତ କରାଯାଇଛି ।ଏହି ଉତ୍ସବ ରେ ସ୍କୁଲର ଅଧ୍ୟକ୍ଷ ସୁଧୀର ପ୍ରଧାନ ରାମ ଚନ୍ଦ୍ର ବିଷୋୟୀ ଙ୍କ ସମେତ , ଫରେଷ୍ଟର ପ୍ରମୋଦ କୁମାର ବିଷୋୟୀ, ଫରେଷ୍ଟ ଗାର୍ଡ ବାସନ୍ତୀ କାର୍ଜୀ ବିଷ୍ଣୁପ୍ରିୟା ପ୍ରଧାନ ଏବଂ ଛୋଟ ଛୋଟ ପିଲା ମାନେ ବୃକ୍ଷ ରୋପଣ କରିଥିଲେ | ଛୋଟ ଛୋଟ ପିଲା ମାନେ ଆଗ୍ରହ ର ସହ ବୃକ୍ଷ ରୋପଣ କରିବାର ଦେଖି ଖୁସି ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ |

ସୋରଡ଼ା ରୁ କୋରେଶ୍ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *