ଡ୍ରାଇଭର ଏବଂ ଚଷା ପୁଅ ଜୀବନ କାହାଣୀର ଗୀତ ଗାଇ ଭାଇରାଲ ଯୁବକ

ଫୋକସ ପ୍ଲସ(ନୟାଗଡ)୦୮/୦୮/୨୦୨୨: ପାରମ୍ପରିକ ଖଜଣି ବାଦ୍ୟ ବଜାଇ ଡ୍ରାଇଭର ଭାଇର ଦୁଃଖ ଏବଂ ଚଷାପୁଅର ଦୁଃଖ କାହାଣୀର ଗୀତ ଗାଈ ସୋସିଆଲ ମିଡିଆରେ ବେଶ ଟ୍ରଣ୍ଡ କରୁଛନ୍ତି ନୟାଗଡର ୨୩ବର୍ଷୟ ଯୁବକ ସପନୀ | ଚଷାପୁଅଙ୍କ ଦୁଃଖକୁ ଦେଖି ଚାଷ ଜମିରେ ପାରମ୍ପରିକ ଖଞ୍ଜଣୀ ବାଦ୍ୟ ବଜାଇ ଚଷା ପୁଅ ର ଦୁଃଖ ଗୀତ ଗାଉଛନ୍ତି ଏହି ଯୁବକ | ଏହି ଗୀତ ରେ ଧାନ ବୁଣା ଠାରୁ ଆରମ୍ଭ କରି ଧାନ କଟା ପର୍ଯ୍ୟନ୍ତ ଚାଷୀ ଭୋଗୁଥିବା ଦୁର୍ଦଶା ବିଷୟରେ ଗୀତ ମାଧ୍ୟମରେ ବଖାଣିଛନ୍ତି ସପନ l ତେବେ ଭିନ୍ନ ଅନ୍ଦାଜ ରେ ତାଙ୍କର ଏହି ଗୀତ ସୋସିଆଲ ମିଡ଼ିଆ ରେ ବେଶ ଟ୍ରେଣ୍ଡ କରୁଛି l ସପନ ଙ୍କ ଘର ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ମହୁଲିଆ ଗାଁ ରେ | ସପନ ପାଠ ପଢ଼ାରେ ମଧ୍ୟ୍ୟ କମ୍ ନୁହଁନ୍ତି ଯୁକ୍ତ ତିନି ବିଜ୍ଞାନ ପଢ଼ାରେ ପଠାଣି ସାମନ୍ତ ମହାବିଦ୍ୟାଳୟ ଖଣ୍ଡପଡ଼ାର ସର୍ବାଧିକ ନମ୍ବର ରଖି ୨୦୧୮ ମସିହାରେ ନୟାଗଡ ଜିଲ୍ଲାରେ ଟପର ମଧ୍ୟ୍ୟ ହୋଇଥିଲେ |

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସପନ ପିଲାଟିଦିନରୁ ଗାଁରେ ହେଉଥିବା ଦଣ୍ଡନୃତ୍ୟ, ସାମାଜିକ, ପୌରାଣିକ, ରାମଳୀଲା, କୀର୍ତନ, ଭଜନ ସମାରୋହରେ ବାଜୁଥିବା ମ୍ୟୁଜିକୁ କୁ ଛୋଟବେଳୁ ଅନୁସରଣ କରେ, ଏବଂ ନିଜେ ଘରେ ଥିବା ବେଲା, ତାଟିଆ ଓ ଥାଳିକୁ ବାଡେଇ ନିଜେ ଗୀତ ଗାଇ ସ୍ୱର ମେଳାଏ ଯାହା ଫଳରେ ଛୋଟ ବେଳୁ ଅଭ୍ୟାସ ଆଜି ତାଙ୍କୁ ସୋସିଆଲ ମିଡିଆର ଜଣେ ଟ୍ରେଣ୍ଡ ଗାୟକ କରି ଦେଇଛି | ସେ ମଧ୍ୟ୍ୟ 2020 ମସିହା ତରଙ୍ଗ ଚ୍ୟାନେଲ୍ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ “ଗାଁ ଆଖଡ଼ା ସିଜନ-2” ର ବିଜେତା 10 ଜଣଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିଲେ | ବିଭିନ୍ନ ଭଜନ ହେଉ ଅବା ଅନେକ ଗୀତ ଗାଇଥିବା ବେଳେ ଚଷାପୁଅ ଦୁଃଖ କାହାଣୀ ଏବଂ ଦୁଃଖରେ ଡ୍ରାଇଭର ଭାଇ ମାନେ କିଭଳି ବର୍ଷା ଖରାରେ ଗାଡି ଚଳାଉ ଛନ୍ତି ସେଇ ଦୁଃଖକୁ ଦେଖି ସୁନ୍ଦର ଗୀତ ପରିବେଶଣ କରିଛନ୍ତି ଯାହା ସମସ୍ତକୁ ଚକିତ କରିଛି ଏବଂ ଏହି ଗୀତ ଏବେ ସୋସିଆଲ ମିଡ଼ିଆରେ ସେନ୍ସନ ପାଲଟିଛି |

ଛୋଟ ବେଳୁ ସପନ ଆଥିକ ଅନଟନ ଭିତରେ ଭଙ୍ଗା ଚାଳ ଘରେ ବଢିଛନ୍ତି, ସପନ ଜଣେ ମଧ୍ୟ ମେଧାବୀ ଛାତ୍ର ଅଟନ୍ତି, ଅଭାବ ଅନଟନ ମଧ୍ୟରେ
ସପନ ଛୋଟ ବେଳୁ ଗୀତ ଗାଇବା ଏବଂ ଭଲ ପାଠପଢିବା ଅଂଚଳ ପାଇଁ ଗୌରବ ବୋଲି ଗ୍ରାମବାସୀ କୁହନ୍ତି | ତାଙ୍କୁ ବାପା ମା ଚାହାଁନ୍ତି ପୁଅ ଭଲ ଗୀତ ଗାଈ ପୁଅ ଆହୁରି ଆଗକୁ ଯାଉ ଏବଂ ନାଁ କରୁ, କିନ୍ତୁ ତାଙ୍କ ବାପା ଜଣେ ଦିନ ମଜୁରିୟା ହୋଇଥିବାରୁ ଘର ଚଳେଇଵା ତାଙ୍କୁ ପକ୍ଷେ କଷ୍ଟ ହୋଇଥିବାରୁ ପୁଅ ଆହୁରି ଆଗକୁ ଯିବାରେ ବାଧକ ସୃଷ୍ଟି କରୁଛି ଆର୍ଥିକ ଅନାଟନ | ଯେଉଁ ବାପା ମା ଦିନେ ସପନକୁ ଗୀତ ପ୍ରତି ଆଗ୍ରହ ଦେଖାଉଥିଲେ, ସେଇ ବାପା ଆଜି ମନା କରୁଛନ୍ତି ତଥାପି ସପନ ଭାଙ୍ଗି ପଡ଼ିନାହାନ୍ତି, ସପନଙ୍କର ସାଙ୍ଗ ସାଥି ଗ୍ରାମବାସୀ ଏବଂ ବାପା ମା ଅଭିଯୋଗ କରିଛନ୍ତି ଯେ ପୁଅକୁ ଆଗକୁ ଯିବାକୁ ହେଲେ ସରକାରଙ୍କ ଏବଂ ଯେକୌଣସି ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ସପନୀ ଦେଶ ବିଦେଶରେ ବେଶନାଁ କରିପାରିବ ବୋଲି ଆଶା ରଖିଛନ୍ତି | ହେଲେ ଗୋଟେ ଗରିବ ଘରର ଉଚ୍ଚ ଶିକ୍ଷିତ ପୁଅ ସପନକୁ କେବେ ସବୁ କ୍ଷେତ୍ରରୁ ସହାୟତା ମିଳିପାରୁଛି ତାହା ଦେଖିବାକୁ ବାକି ରହିଲା

ନୟାଗଡ ଖଣ୍ଡପଡ଼ାରୁ ନାରାୟଣ ପଲେଇଙ୍କ ରିପୋର୍ଟ ଫୋକ୍ସ ପ୍ଲସ.

 

Leave a Reply

Your email address will not be published. Required fields are marked *