ଡ୍ରାଇଭର ଦିବସରେ ଧାରଣ ଦେଲେ ଡ୍ରାଇଭର ମହାସଂଘ

ଫୋକସ ପ୍ଲସ(ନୟାଗଡ)୨/୦୯/୨୦୨୨: ଏହି ଦିବସ କୁ ଭିନ୍ନ ଏ ପ୍ରଣାଳୀ ରେ ପାଳନ କରିଛନ୍ତି ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ର ଡ୍ରାଇଭର ମହାସଂଘ | ସଂଘ ର ସଭାପତି ସନ୍ତୋଷ କୁମାର ଡୋରା ଙ୍କ ନେତୃତ୍ୱରେ ରାସ୍ତା ରେ ଯାତାୟାତ କରୁଥିବା ସମସ୍ତ ଗାଡି ଚାଳକ ମାନଙ୍କୁ ଗାଡି ଚଳେଇବାର ସମସ୍ତ ନିୟମ କୁ ମାନିବାକୁ ଅନୁରୋଧ କରିଥିଲେ | ଗାଡି ଚଲେଇବା ସମୟ ରେ ସିଟ ବେଲ୍ଟ ପିନ୍ଧିବା ସହ ଗାଡି ଚଳାଇବା ସମୟରେ ଅନ୍ୟମନସ୍କ ନହେବା ଏବଂ ୨ଚକିଆ ଯାନ ଚାଳକ ଙ୍କୁ ମଧ୍ୟ ହେଲମେଟ ପିନ୍ଧି ଗାଡି ଚଳାଇବା ଇତ୍ୟାଦି ନିୟମ ସବୁ ମାନି ଗାଡ଼ି ଚଳେଇବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି |ନିଜେ ଜଣେ ଜଣେ ଡ୍ରାଇଭର ହୋଇ ମଧ୍ୟ ଅନ୍ୟ ଡ୍ରାଇଭର ମାନଙ୍କୁ ଏଭଳି ସଚେତନ ଦେବା କଥା ଦେଖି ସମସ୍ତ ବୁଦ୍ଧିଯିବି ମହଲରେ ଡ୍ରାଇଭର ମହାସଂଘ କୁ ପ୍ରସଂଶା ର ସୁଅ ଛୁଟିଥିଲା |

 

ନୟାଗଡ ଓଡଗାଁ ରୁ କାଁହୁ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *