ଡ୍ୟୁଟିରେ ଅବହେଳା କରି ହଟହଟା ହେଲେ ଶିକ୍ଷକ ।

ଏ ଗହଳି ସରକାରୀ ବିଧି ବ୍ୟବସ୍ତା ଉପରେ ଭରସା ରଖି ସରକାରି ବିଦ୍ୟାଳୟ ରେ ପାଠ ପଢାଉଥିବା ମେହେନତୀ ଗରିବ ଜନସାଧାରଣଙ୍କର। ଏ ଦୃଶ୍ୟ ହେଉଛି ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦନେଇ ନୋଡ଼ାଲ୍ ବିଦ୍ୟାପିଠ ଖାଳିଆମେଣ୍ଟା ଗ୍ରାମର । ବିଦ୍ୟାଳୟର ଶିକ୍ଷକ ମାନେ ନିଜ ମନମର୍ଜି ରେ ସ୍କୁଲ୍ ଚଳାଉଥିବା ଅଭିଯୋଗ ହେଉଥିଲା। ଗ୍ରାମବାସୀ ମାନେ ଏକାଠି ହୋଇ ପ୍ରଧାନ ଶିକ୍ଷ୍ୟକଙ୍କୁ ଖରାରେ ବାହାରେ ଛିଡା କରି ସ୍କୁଲ୍ ମଧ୍ୟ ତାଲା ପକାଇଦେଲେ।

ନିଜ କାମ ରେ ଅବହେଳା କରି ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷ୍ୟକ ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା। ଶନିବାର ଦିନ ଛୁଟି ସମୟ ପୂର୍ବରୁ ବିଦ୍ୟାଳୟକୁ ତାଲା ନପକେଇ ଶିକ୍ଷକ ବାବୁ ମାନେ ବିଦ୍ୟାଳୟରୁ ପଳେଇଥିଲେ । ତେବେ ଏ କଥା ଅଭିଭାବକ ମାନଙ୍କ କାନ ରେ ପଡ଼ିବାରୁ ସେମାନେ ଆଜି ଆକ୍ସନ୍ ମୋଡ୍ କୁ ଆସିଥିଲେ। ତେବେ ଘଟଣାସ୍ଥଳରେ ଘଷିପୁର ବିଡିଓ ପହଞ୍ଚିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *