ଢେଙ୍କାନାଳରେ ୧୪ ତମ ଜାତୀୟ ମତଦାତା ଦିବସ ଅନୁଷ୍ଠିତ।

ଢେ଼ଙ୍କାନାଳ୨୫/୦୧/୨୦୨୪ : ଢେ଼ଙ୍କାନାଳ ଜିଲ୍ଲାପାଳ ଅଫିସରେ ଆଜି ୧୪ ତମ ଜାତୀୟ ମତଦାତା ଦିବସ ଅନୁଷ୍ଠିତ ହୋଇଯାଇଛି।
” ଆମେ ଭାରତର ନାଗରିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ , ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି, ନିର୍ଭୀକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଟି, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭାନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ପ୍ରୟୋଗ କରିବୁ। ” ବୋଲି ଜିଲ୍ଲପାଳଙ୍କ ତାଳରେ ତାଳ ମିଶାଇ ସଂକଳ୍ପ କରି ରଖିଲେ। ଜନତାଙ୍କ ଗୋଟିଏ ଗୋଟିଏ ଭୋଟ୍ ଜଣଙ୍କୁ ଗାଦିଚ୍ୟୁତ କରିପାରିବ , ଓ ଗୋଟିଏ ଗୋଟିଏ ଭୋଟ୍ ଜଣଙ୍କୁ ଗାଦିରେ ବସେଇ ଶାସକ ମଧ୍ୟ କରିପାରିବ । ସୁଶାସନ ପାଇଁ ଜଣେ ସୁଶାସକ କେବଳ ଜନତାଙ୍କ ଭୋଟ ଦ୍ଵାରା ହିଁ ସମ୍ଭବ। ଏହିପରି ନାରା ଦେଇ ୧୪ ତମ ଜାତୀୟ ମତଦାତା ଦିବସ ଅନୁଷ୍ଠିତ ହୋଇଯାଇଅଛି। ଏହି ମତଦାତା ଦିବସରେ ଜିଲ୍ଲପାଳ ମନୋରଞ୍ଜନ ମଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ଏ.ଡି.ଏମ ଶ୍ରୀ ଲଳିତ ମୋହନ୍ ବେହେରା, ଶ୍ରୀ ରମେଶ ଚନ୍ଦ୍ର ସେଠୀ, ତଥା ଅନ୍ୟାନ୍ୟ ଅତିଥି , କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *