ଢେଙ୍କାନାଳ19/01/2024: ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ରେଲୱେ ଷ୍ଟେସନରେ ଆଜି ଭୋର ୪ଟା ସମୟରେ ଏକ ମାଲବାହୀ ଖାଲିଥିବା ଟ୍ରେନ୍ ଯାଜପୁର ଜିଲ୍ଲା ବାଘୁଆପାଳ ଷ୍ଟେସନରୁ ବୁଢାପଙ୍କ ଷ୍ଟେସନ ଅଭିମୁଖେ ଆସୁଥିଲା, କୌଣସି କାରଣ ବଶତଃ ଲାଇନ୍ଚ୍ୟୁତ ହୋଇ ଇଞ୍ଜିନି ସହିତ ୬ଟି ବଗି ରେଳ ଧାରଣା ତଳକୁ ଖସିପଡିଥିଲା। କିଛି ଘଣ୍ଟା ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିଲା, ଖବରପାଇ ରେଲେୱ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳକୁ ଆସି ସ୍ଥିତି ପରଖିବା ସହିତ ବଗି ଗୁଡ଼ିକୁ ଟ୍ରାକ ଉପରକୁ ଉଠାଇବା ପାଇଁ କର୍ମଚାରୀ ମାନେ ଲାଗି ପଡ଼ିଛନ୍ତି। ନୂତନ ଭାବରେ ତିଆରି ହୋଇଥିବା ରେଲେୱ ଟ୍ରାକ ଲାଇନ୍ରେ କେଉଁଭଳି ଭାବରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେଲା ଆସନ୍ତା କାଲିଠାରୁ ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ରେଲେୱ କତୃପକ୍ଷ କହିଛନ୍ତି।