ତଥ୍ୟ ମାଗିବାରୁ ସାମ୍ବାଦିକଙ୍କ ନାମରେ ଅଭିଯୋଗ ଆଣିଲେ ସରପଞ୍ଚ

ଫୋକସ ପ୍ଲସ(ଭଦ୍ରକ) ୩୧/୦୭/ ୨୦୨୨:ପୋଖରୀ ନିଲାମକୁ କେନ୍ଦ୍ର କରି ପଂଚାୟତ ଅଫିସ ରେ ତାଲା ପକାଇବା ସହିତ ଗଣ ଧାରଣା ଦେଲେ ଗ୍ରାମବାସୀ ଏହି ଘଟଣା ବୁଝିବା ପାଇଁ ଆସିଥିବା ସାମ୍ବାଦିକଙ୍କ ନାମରେ ଥାନାରେ ଅଭିଯୋଗ ଆଣିଲେ ସରପଞ୍ଚ,, ସୂଚନାରୁ ପ୍ରକାଶ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ଗ୍ରାମ ପଂଚାୟତରେ ଗତ ଗୁରୁବାର ପୋଖରୀ ନିଲାମ ହେଉଥିବା ବେଳେ କିଛି ଗ୍ରାମ ବାସୀ ଆସି ପୋଖରୀ ନିଲାମ ସମ୍ବଧୀୟ କିଛି ତଥ୍ୟ ଜାଣି ବାକୁ ଚେଷ୍ଟା କରୁ ଥିବାବେଳେ ସ୍ଥାନୀୟ ସରପଞ୍ଚ ସେମାନଙ୍କୁ ଉଦେଶ୍ୟ ମୂଳକ ଭାବେ ଅଣଦେଖା କରିଥିବା ସହିତ କୌଣସି ସୂଚନା ଦେଇନଥିବା ଅଭିଯୋଗ ହୋଇଛି,ଏହି ଘଟଣା ବୁଝିବା ପାଇଁ ଆସିଥିବା ସାମ୍ବାଦିକ ସନ୍ତୋଷ ଜେନା ଙ୍କୁ ମଧ୍ୟ୍ୟ ଛାଡି ନଥିଲେ ସରପଞ୍ଚ, ଶ୍ରୀଯୁକ୍ତ ଜେନା ଓ ସରପଞ୍ଚ ଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇ ଚାପା ଉତେଜନା ଦେଖିବାକୁ ମିଳିଥିଲା,ଏହି ପ୍ରତିବାଦରେ ଆଜକୁ ତିନି ଦିନ ହେଲା ଗ୍ରାମ ବାସୀ ମାନେ ପଂଚାୟତ ଅଫିସ ସମ୍ମୁଖରେ ଧାରଣା ଦେବାର ଦୂର୍ଷ୍ୟ ଦେଖିବାକୁ ମିଳିଛି, ଅପର ପକ୍ଷରେ ସରସଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 5t ଅଧିନରେ ଥିବାରୁ ଏହା ଉର୍ନତି କରଣ ପାଇଁ ଆସି ଥିବା ଟଙ୍କାକୁ ନିମ୍ନ ମାନର କାମ କରି ସରପଞ୍ଚ ଓ ସ୍କୁଲ ପ୍ରଧାନ ଶିକ୍ଷକ ହଡପ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଆହୁରି ମଧ୍ୟ୍ୟ , ସ୍କୁଲ ନାମ ରେ ଥିବା ଏକର ଏକର ଜମିର ଟଙ୍କା କେଉଁ କାମରେ ଲାଗୁଛି,ଏମିତି ପ୍ରଶ୍ନ କରିଥିଲେ, ଗ୍ରାମବାସୀ, ପ୍ରଧାନ ଶିକ୍ଷକ କୌଣସି ସୂଚନା ଦେବା ପରିବର୍ତ୍ତେ ଏହି ସ୍କୁଲରେ ପଢ଼ୁଥିବା ଶ୍ରୀଯୁକ୍ତ ଜେନାଙ୍କ ପୁତ୍ରଙ୍କୁ ଉଦେଶ୍ୟ ମୂଳକ ଭାବେ ଗଭୀର ଆଘାତ କରି ତାଙ୍କ ନାମରେ ଥାନା ରେ ଏତଲା ଦେଇଥିବା କଥା ପ୍ରକାଶ କରିଛନ୍ତି,ଶ୍ରୀଯୁକ୍ତ ଜେନାଙ୍କ ଏହି ଘଟଣା ସାମ୍ନାକୁ ଆସିବା ପରେ ଆମେ ସରପଞ୍ଚଙ୍କ ପ୍ରତିକ୍ରିୟା ନେଇଥିଲୁ, ସ୍ଥାନୀୟ ସରପଞ୍ଚ ପ୍ରକାଶ କରିଛନ୍ତି କି ,ମିଡ଼ିଆ ଭାଇ ମୋତେ ଅସଭ୍ୟ ଭାଷାରେ ଗାଳି କରିବାରୁ ମୁଁ ତାଙ୍କ ନାମରେ ଥାନା ରେ ଏତଲା ଦେଇଛି, ଏଭଳି କିଛି ଅଭିଯୋଗ ଆଣିଛନ୍ତି ସରପଞ୍ଚ,ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସରକାର ଏହା ଉପରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା

ଭଦ୍ରକରୁ ସଂଜୀବ ସେନାପତିଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *