ତଥ୍ୟ ଲୁଚାଇବାକୁ ଯାଇ ଖଣ୍ଡଖଣ୍ଡ କରି ଫିଙ୍ଗିଲେ

ଫୋକସ ପ୍ଲସ(ଉଦଳା)୨୮/୦୮/୨୦୨୨: ଜଘନ୍ୟ, ବିଭତ୍ସ ଏବଂ ଲୋମଟାଙ୍କୁରା ହତ୍ୟାକାଣ୍ଡ । ପ୍ରଥମେ ତଣ୍ଟି ଚିପି ବାଡେଇ ହତ୍ୟା କଲେ ହତ୍ୟା ପରେ ମୃତଦେହ ନଦୀରେ ଫୋପାଡ଼ି ଦେଇଥିଲେ।ଯେତେବେଳେ ମୃତଦେହ ମିଳିଲା ସେତେବେଳେ ପ୍ରମାଣ ନଷ୍ଟ କରିବା ପାଇଁ ଅତି ବିଭତ୍ସ ଭାବେ ହାତ, ମୁଣ୍ଡ, ଗୋଡ଼ କାଟିଦେଇ ଶରୀରକୁ ନେଇ ଲୁଚାଇ ଦେଇଥିଲେ ଅଭିଯୁକ୍ତମାନେ । ନିଖୋଜ ମହିଳାଙ୍କୁ ଖୋଜୁ ଖୋଜୁ ପୋଲିସ ସାମ୍ନାକୁ ଆସିଲା ସାଙ୍ଘାତିକ ଏବଂ ଜଘନ୍ୟ ହତ୍ୟାକାଣ୍ଡର ଚିତ୍ର ।ଯାହା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି ।ଏଭଳି ଲୋମ ଟାଙ୍କୁରା ହତ୍ୟାକାଣ୍ଡର ପର୍ଦାଫାଶ କରିଛି ଶରତ ପୋଲିସ । ଶରତ ଥାନା ଗୁଣ୍ଡୁରୀସାହି ଗ୍ରାମର ମୋଖି ସିଂ ନିଖୋଜ ଥିବା ନେଇ ଗତ 20 ତାରିଖ ତାର ପୁଅ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତ ୧୨ତାରିଖ ଠାରୁ ନିଖୋଜ ଥିବା ମୋଡ଼ି ସିଂ ଜାମୁଣ୍ଡାର ଶବ ସୁନ ନଦୀର ଦ ମୁହାଣି ଠାରେ ଭାସୁଥିବା ଖବର ପୋଲିସ ପାଇଥିଲା । ପରିବାର ଲୋକେ ଶବ ଚିହ୍ନଟ କରିବା ସହିତ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ରାତିରେ ନରି ମଧ୍ୟରୁ ଶବ ଉଦ୍ଧାର କରିବା ସମ୍ଭବ ନଥିବାରୁ ପୋଲିସ ସକାଳକୁ ଅପେକ୍ଷା କରିଥିବାର ସୁଜଗ ନେଇ ରାତାରାତି ଶବକୁ ଖଣ୍ଡବିଖଣ୍ଡିତ କରି ନଦୀ ମଧ୍ୟରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ ମାନେ ।
ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ଦୋ ମୁହାଣୀ ନାଳ ନିକଟରୁ ମୋଖିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା ଯେଉଁଥିରେ କେବଳ ମୋଖିଙ୍କ ମୁଣ୍ଡ, ହାତ ଏବଂ ଗୋଡ଼ ରହିଥିଲା । ଏହି ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପରେ ଏହା ଏକ ଜଘନ୍ୟ ଏବଂ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସକୁ ସୁରାକ ମିଳିଥିଲା । ଏହା ପରେ ମୋଖିର ଶରୀରକୁ ହାଣି ଦିଆ ଯାଇଥିବା ବେଳେ ଶରୀରର କଟା ଯାଇଥିବା ଅଂଶକୁ ନାଳ ନିକଟରେ ପଥର ବାନ୍ଧି ଲୁଚାଇ ରଖିଥିଲେ ଅଭିଯୁକ୍ତ । ପୋଲିସ ଅବଶିଷ୍ଟ ମୃତଦେହ ଜବତ କରିବା ପରେ ଏହି ଘଟଣାର ପର୍ଦାଫାଶ ହୋଇଥିଲା । ଏହି ଘଟଣାରେ ସମୁଦାୟ ଦଶ ଜଣ ଅଭିଯୁକ୍ତ ରହିଥିବା ବେଳେ ୯ ଜଣଙ୍କୁ ପୋଲିସ ଗିରଫ କରିଛି ଏବଂ ଜଣେ ଫେରାର ରହିଛି । ଗିରଫଙ୍କ ମଧ୍ୟରେ ମୃତ ମୋଖିଙ୍କ ପୁତୁରା ସାମିଲ ଥିବା ବେଳେ ଜଣେ ନାବାଳକ ମଧ୍ୟ ସାମିଲ ରହିଛି । .ତେବେ ମୁଖ୍ୟ ଅଭିଯୁକ୍ତ ରାୟା ସିଂ ଯାମଦା ସହିତ ମୋଖିର ପୂର୍ବରୁ ବିଲରେ ହିଡ଼ କାଟିବାକୁ ନେଇ ବିବାଦ ରହି ଆସିଥିଲା ଯାହାକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରକାଶ କରୁଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ଗୁଣି ଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରକାଶ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ରାୟାନ୍ ସିଂ ଜାମୁଣ୍ଡା,ପ୍ରଧାନ ସିଂ, ପିତି ଜାମୁଣ୍ଡା, ପ୍ରଧାନ ସିଂ ଜାମୁଣ୍ଡା, ବାସୁ ଟୁଡୁ,ହେମ ଟୁଡୁ, ବିଶ୍ବନାଥ ଜାମୁଣ୍ଡା, ରାୟାନ ସିଂ ,ଟୁରି ମୁଣ୍ଡା, ଓ ଅନ୍ୟ ଜଣେ ନାବାଳକ ।ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କୁରାଢ଼ୀ, କଟୁରୀ ଏବଂ ବାଉଁଶ ଜବତ କରାଯାଇଛି । ଏମାନଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ବାରିପଦାର ଶିଶୁ ଶ୍ରମାଗାରକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *