ତହସିଲଦାରଙ୍କ ଦବଙ୍ଗ ଗିରି

ଫୋକସ ପ୍ଲସ(ଚାନ୍ଦବାଲି): ପୁଣି ସାମ୍ନାକୁ ଆସିଲା ଚାନ୍ଦବାଲି ତହସିଲଦାରଙ୍କ ଦବଙ୍ଗଗିରିର ଦୃଶ୍ୟ । ପଦାରେ ପଡ଼ିଲା ସରକାରଙ୍କ 5T ସୋଛ ଶାସନର ବ୍ୟବସ୍ଥା। ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ ସରକାର ପରାମର୍ଶ ଦେଉଛନ୍ତି। ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ତହସିଲଦାର ସୁଶାନ୍ତ ସୁତାରଙ୍କ ବ୍ୟବହାରକୁ ଦେଖିଲେ ଆପଣ ମଧ୍ୟ ତାଯୁବ ହୋଇଯିବେ ଉକ୍ତ ତହସିଲଦାର ପୁଣି ମାଜିଷ୍ଟ୍ରେଟ ଦାୟିତ୍ୱରେ ମଧ୍ୟ ଅଛନ୍ତି । ଚାନ୍ଦବାଲି ତହସିଲ୍ ଅଧିନ ମୌସୁଧା ଗାଁର ଜଣେ ଯୁବକ ରହୁଥିବା ଘରକୁ ଯିବାଆସିବା କରିବା ରାସ୍ତା ଉପରେ ଅନ୍ୟଜଣେ ବ୍ୟକ୍ତି ଜବରଦସ୍ତ ଘର କରୁଥିବାରୁ ସେ ଚାନ୍ଦବାଲି ତହସିଲଦାର୍ ଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ବାରମ୍ବାର ତହସିଲ୍ ଆସିବାରୁ ତହସିଲଦାର୍ ତାଙ୍କୁ ଉତ୍ତେଜିତ ହୋଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧକ୍କା ମାରି ପୋଲିସରେ ଜିମା ଦେବା ପାଇଁ ଧମକ ଦେଇଥିଲେ। ଖାଲି ସେତିକି ନୁହେଁ ତହସିଲ୍ କାର୍ଯ୍ୟାଳୟରୁ ତଡି ଦେଉଥିବା ଭିଡ଼ିଓ ଏବେ ଭାଇରାଲ ହେଉଛି।

ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ତହସିଲଦାର୍ ଙ୍କ ବ୍ୟବହାରକୁ ଦେଖି ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ତହସିଲଦାର୍ ହୋଇ କିଭଳି ସାଧାରଣ ଲୋକଙ୍କୁ ଏପରି ବ୍ୟବହାର କରୁଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏ କଣ 5t ସରକାରଙ୍କ ସ୍ୱଚ୍ଛ ଶାସନର ଉଦାହରଣ ?ପୂର୍ବରୁ ମଧ୍ୟ ଚାନ୍ଦବାଲି ତହସିଲଦାର୍ ସୁଶାନ୍ତ ସୁତାର ଜଳେଶ୍ୱରପୁରରେ ଏକ ଜବରଦଖଲ ଉଛେଦ ବେଳେ ରମାକାନ୍ତ ବଳ ନାମକ ଏକ ଯୁବକଙ୍କୁ ଦୁର୍ବ୍ୟବହାର କରିଥିଲେ। ସେତେବେଳର ଭିଡ଼ିଓ ମଧ୍ୟ ତାଙ୍କର ଭାଇରାଲ ହୋଇଥିଲା। ତେବେ ତହସିଲଦାର୍ ଜଣେ ଅଭ୍ୟାସ ଗତ ଦୁର୍ବ୍ୟବହାରକାରୀ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଥିବା ବେଳେ ତୁରନ୍ତ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହୋଇଛି।

ଚାନ୍ଦବାଲିରୁ ଵିଜୟ ମହାଳିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *