ଫୋକସ ପ୍ଲସ 30/3/23(ବ୍ୟୁରୋ):
• କାହା ସ୍ୱାର୍ଥ ରେ ଖରସ୍ରୋତା ନଦୀ।
• ଜନତା ଙ୍କ ସ୍ୱାର୍ଥ କୁ ଦିନ ଦୁଇପହର ରେ ନିଲାମ।
• ରାଜସ୍ବ ବିଭାଗ କୁ ଖୋଲା ଖୋଲି ଚ୍ୟାଲେଞ୍ଜ
ସବୁ ଜାଣି ଅନ୍ଧ ଧୂତ ରାଷ୍ଟ୍ର ସାଜିଛି ବିଂଝାରପୁର ତହସିଲ ପ୍ରସାସନ। ଦେଖିବା ଆଉ ତଦନ୍ତ କରିବା ଆଳ ଦେଖାଇ ଚଢ଼ାଉ କରିବା ବଦଳ ରେ ଓଲଟି ବାଲି ଓ ମାଟି ମାଫିଆ ଙ୍କୁ ସୁରକ୍ଷା ଯୋଗାଉଛନ୍ତି ଏଠି ବିଂଝାରପୁର ତହସିଲ। ତେବେ ଥରେ ନଜର ପକାନ୍ତୁ କିପରି ପ୍ରସାସନ ଯୋଗାଉଛି ର ସୁରକ୍ଷା ।
★ ପ୍ରିତିପୂର୍ ଆର ଆଇ ସର୍କଲ ଉତ୍ତରକୁଳ ରେ ଚାଲିଛି ଦେଧଡକ ଇଟା ଭାଟି ଓ ଇଟା ବେପାର। ସାବୁ ଜାଣି ଭୟ କରୁଛି ବିଞ୍ଝାରପୁର ତହସିଲ ପ୍ରଶାସନ।
★ ଘଣ୍ଟିଆଲୀ ଓ ବାଙ୍କିପାଲ ଦୁଇଟି ଜାଗାରୁ ଉଠୁଛି ବାଲି। କିଏ ଦେଇଛି ଅନୁମତି ଆଇ କେମିତି ଜାଣି ପରୁ ନାହାନ୍ତି ବିଞ୍ଝାରପୁର ତହସିଲଦାର।
★ ସଇଦପୁର ପଂଚାୟତ ରେ ଥିବା ପଠାନ ମହଲା ର ଦୁର୍ଶ୍ୟ।ନଦୀ ପଠା ର ଗର୍ଭ କୁ ତାଢ଼ି ଚଳାଇଛନ୍ତି ବେଧଡ଼କ ଇଟା ବେପାର। ପୁଣି ଥାନା ଆଉ ଆର. ଆଇ କାର୍ଯ୍ୟାଳୟ ର ଆଖିଆଗରେ।ବିଂଝାରପୁର ତହସିଲ ସୋଇଛି ନିଘୋଡ଼ ନିଦରେ।…..
★ ଗୁହାଳି ଠାରେ ଖରଶ୍ରୋତା ର ଗର୍ଭ ରୁ ତଢା ଯାଇ ଉଠାଯାଉଛି ହଜାର ହଜାର ଟ୍ରିପ ବେଆଇନ ବାଲି। ଯାହାକି ନିୟମ ରୁ ଉର୍ଦ୍ଧ ରେ ଉଠା ଯାଉଛି ବାଲି। ସହ ସହ ହାଇୱା ଓ ଟ୍ରାକଟର ରେ ଯାଉଛି ବାଲି। ନଜର ଥିଲେବି ନଜର ଆଡୁଆଳ ରେ ମାରିଛନ୍ତି ରହି ସଫେଦ ଧଳା ହୀରା ମାଫିଆ।
ଆଉ ଏ ସବୁ ର ଅଭିଯୋଗ ଥାଇବି କାର୍ଯ୍ୟନୁଷ୍ଠନ ସୁନ।
କହିବାକୁ ଗଲେ ରାଜସ୍ୱ ବିଭାଗ ରହିଛି ଏହା ବାଲି ଓ ଇଟା ମଫିଆ ଙ୍କ ହାତରେ। ରାତି ହେଲେ ଖରସ୍ରୋତ ନଦୀ ବନ୍ଧ ରହୁଛି ଏଇ ବାଲି ମାଫିଆ ଙ୍କ କବଜା ରେ। ଆଉ ବିପଦ ପୂର୍ଣ୍ଣ ରହୁଛି ବିଂଝାରପୁର- ଯାଜପୁର ଖରସ୍ରୋତା ନଦୀ ବନ୍ଧ। ବେ ଲଗାମ ବାଲି ବୋଝେଇ ହାଇୱେ ଓ ଏହା ବାଲି ମାଫିଆ ଙ୍କ ପାଈଁ ନଦୀ ବନ୍ଧ ରେ ଗଲାଣି ଅନେକ ମୂଲ୍ୟବାନ ଜୀବନ। ହେଲେ ନୀରବ ଏଠି ଜିଲ୍ଲା ପ୍ରସାସନ। ଜନତା ଙ୍କ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ମାଫିଆ ଓ ରାଜସ୍ୱ ଯେଉଁଭଳି ଖରସ୍ରୋତା ନଦୀ ପଠା ନିଜ ଅକ୍ତିଆର ରେ ରଖି ଲୁଟିବାରେ ପଛାଉ ନାହାନ୍ତି । ଏହା ଆଗାମୀ ଦିନରେ ଖରସ୍ରୋତା ବିଂଝାରପୁର ନୁହଁ ଜିଲ୍ଲା ପାଇଁ ଏକ ବିପଦ ର ମାଇଲ ଖୁଣ୍ଟ ହୋଇ ଛିଡା ହେବ