ତହସିଲ କର୍ମଚାରୀଙ୍କୁ ନେଇ ବଢୁଛି ଜନ ଅସନ୍ତୋଷ

ଫୋକସ ପ୍ଲସ ୪/୬/୨୨(ତାଳଚେର):ତାଳଚେର ତହସିଲରେ କର୍ମଚାରୀମାନଙ୍କ ଦୀର୍ଘଦିନ ହେବ ବଦଳି ନହେବାରୁ ଗୋଟିଏ ଜାଗାରେ ବର୍ଷବର୍ଷ ଧରି ରହି ଆସୁଥିବାରୁ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟହେତୁ ବେଳକୁ ବେଳ ଜନଅସନ୍ତୋଷ ଏଠାରେ ବୃଦ୍ଧି ପାଇବାରେ ଲାଗିଛି । ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ଠିକଭାବେ ସେବା ନପାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପାଟିତୁଣ୍ଡ କରି ବିରକ୍ତିଭାବ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଏପରି ଘଟଣାକୁ ନେଇ ସାଧାରଣରେ ରାଜ୍ୟ ସରକାରଙ୍କ ୫-ଟି ସରକାର ଉପରେ ଉଠିଛି ପ୍ରଶ୍ନବାଚୀ? ତାଳଚେର ଖଣିଖାଦାନ ଶିଳ୍ପାଚଂଳ ହୋଇଥିବାରୁ ଅନୁଗୋଳ ଜିଲ୍ଳାର ତାଳଚେର ତହସିଲ କାର୍ଯ୍ୟାଳୟ ସର୍ବାଧିକ ରାଜସ୍ୱ ଦେବା ସହ ଅଂଚଳବାସୀ ତଥା ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କ ସମସ୍ୟା ସମାଧାନ ହୋଇପାରୁନଥିବା ଘଟଣା ଏକ ଉଦବେଗ ଜନକ ପରିସ୍ଥିତ ସୃଷ୍ଟିି କରିଛି । ଏପରିକି, ତହସିଲ
କାର୍ଯ୍ୟାଳୟ କାର୍ଯ୍ୟ ଚାଲୁଥିବା ସମୟରେ କର୍ମଚାରୀମାନଙ୍କୁ ଦୈନନ୍ଦିନ ବୈଠକ କରାଯାଉଥିବାରୁ ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ଟେବୁଲରେ କର୍ମଚାରୀଙ୍କୁ ନପାଇ ହନ୍ତସନ୍ତ ହୋଇ ଘରକୁ ଫେରିଥାନ୍ତି । ସରକାରଙ୍କ ନୀୟମ ଗୋଟିଏ ସ୍ଥାନରେ ଜଣେ କର୍ମଚାରୀ ୩ବର୍ଷ ରହିବା ନୀୟମ ଥିଲେ ମଧ୍ୟ ଏଠାରେ କିପରିଭାବେ ୩ବର୍ଷରୁ ଉର୍ଦ୍ଧ୍ୱ ସମୟ ରହି ଲୋକଙ୍କୁ ସେବା ନାଁରେ ହରି ଲୁଟ୍ କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥବପ୍ରତି କେହି ହେଲେ କର୍ଣ୍ଣପାତ କରିନଥାନ୍ତି । ସକାଳୁଆ କାର୍ଯ୍ୟାଳୟ ଚାଲୁଥିଲେ ମଧ୍ୟ କର୍ମଚାରୀମାନେ ବିଳମ୍ବରେ କାର୍ଯ୍ୟରେ ଯୋଗଦେଇ ମାତ୍ର କିଛି ସମୟପରେ ନିଜ ଚେୟାରରୁ ଉଠି ଘରକୁ ଛୁ ମାରିଥାନ୍ତି । ଏପରିକି, ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅଣ କର୍ମଚାରୀ କାର୍ଯ୍ୟ ତୁଲାଇ ପକେଟ୍ ଗରମ କରୁଥିବା ବେଳେ ତେବେ ଏମାନଙ୍କୁ କିଏ ଓ କାହିଁକି ସେହି ପଦବୀରେ କାହା ସ୍ୱାର୍ଥରେ ରଖାଯାଇଛି |

Leave a Reply

Your email address will not be published. Required fields are marked *