ତହସିଲ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ମହିଳା।

ଫୋକସ ପ୍ଲସ 3/12/2022(ଉଦଳା): ମିଳିଛି ଜମି ପଟ୍ଟା ହେଲେ ମିଳିପାରୁନି ଚିହ୍ନଟ ଜମି। ବାରମ୍ବାର ପ୍ରଦାନ କରାଯାଇଥିବା ଜମି ପାଇବା ପାଇଁ ତହସିଲ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏବେ ଅହରାତ୍ର ଧାରଣାରେ ବସିଛନ୍ତି ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ତହସିଲ ସମ୍ମୁଖରେ। କପ୍ତିପଦା ତହସିଲ ଗଡ଼ସାହି ଅଞ୍ଚଳର ମନୋରମା ନାଏକ ଜଣେ ମହିଳା ଏବେ ଭୂମିହୀନ ଅଟନ୍ତି। ସରକାରଙ୍କ ନିୟମ ଅନୁସାରେ ତାଙ୍କୁ କପ୍ତିପଦା ତହସିଲର ବେଲଡିହା ଅଞ୍ଚଳରେ ଚାରି ଡେସିମିଲ ଜାଗା ପ୍ରଦାନ କରାଯାଇଛି ଯାହାର ଜମି ପଟ୍ଟା ମଧ୍ୟ ସେ ପାଇଛନ୍ତି । ହେଲେ ସେହି ଜାଗାକୁ ନିଜ ଦଖଲକୁ ନେବା ସେଠାରେ ପହଂଚିବା ପରେ ଉକ୍ତ ଜମି ଅନ୍ୟ ଜଣେ ବ୍ୟକ୍ତି ନିଜ ଦଖଲରେ ରଖିଥିବା ଦେଖିବାକୁ ପାଇଥିଲେ।ମନୋରମା ଉକ୍ତ ଜମି ନିଜ ଦଖଲକୁ ନେବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ଦଖଲକାରୀ ବିରୋଧ କରିଥିଲେ। ଏ ବାବଦରେ ମନୋରମା ଆସି ବାରମ୍ବାର କପ୍ତିପଦା ତହସିଲରେ ଜଣାଇବା ସହିତ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ତହସିଲଦାର ଏହା ନ ଶୁଣିବାରୁ ଗତକାଲି ଠାରୁ ତହସିଲ ସାମ୍ନାରେ ଧାରଣାରେ ଦିବାରାତ୍ର ବସିଛନ୍ତି ମନୋରମା।ତାଙ୍କୁ ତୁରନ୍ତ ଉକ୍ତ ଜମି ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି।ଏ ବାବଦରେ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *