ତିନିଜଣ କର୍ମିଚାରିଙ୍କୁ ନେଇ ସ୍ଵାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ ୧୨/୬/୨୨(ରାୟଗଡା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନଥିବା ବେଳେ ତିନି କର୍ମଚାରୀ ଚଳାଉ ଛନ୍ତି ରୋଗୀଙ୍କୁ ସେବା । ଯାହା ଫଳରେ ରୋଗୀ ଚିକିତ୍ସା ପାଇଁ ଅସୁବିଧା ର ସମୁଖିନ ହେଉଛନ୍ତି। ରାଜ୍ଯ ସରକାର ଙ୍କ ନୀତି ନିୟମ ରହିଛି ଯେ କୌଣସି ମୁହୂର୍ତ୍ତରେ ରୋଗୀ ଆସିଲେ ସେମାନଙ୍କୁ ଉତ୍ତମ ଚିକିତ୍ସା ସହ ଜରୁରୀ କାଳୀନ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ ଓ ପ୍ରତ୍ୟେକ ସମୟରେ ସ୍ଵାସ୍ଥ୍ୟ କେନ୍ଦ୍ରରେ  ରାତ୍ରୀ କାଳୀନ ସେବା ଯୋଗାଇ ବା ପାଇଁ  ସରକାରଙ୍କ ବ୍ୟବସ୍ଥା ରହିଥିବା ବେଳେ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଏହି ସବୁ ସୁବିଧାରୁ ବାଦ ପଡୁଛନ୍ତି ରଗି l ଦିନ12:30 ପରେ ମେଡିକାଲ ମୁଖ୍ୟ ଫାଟକରେ ଚାବି ପଢିବାପରେ ଏହା ଅପରାହ୍ନ ତିନି ଟା ବେଳେ ଖୋଲା ଯାଏ ଓ ସଂଧ୍ୟା 6ଟା ପରେ ପୁଣିଥରେ ଚାବି ପଡେ, ଯାହା ଫଳରେ ରୋଗୀ ରାତ୍ରୀ କାଳିନ ଜରୁରୀ ଚିକିତ୍ସା ପାଇଁ କଉଠିକୁ ଯିବେ ଅଞ୍ଚଳବାସୀଙ୍କ ପ୍ରଶ୍ନ ? ବଂଚିତ ହଉଛନ୍ତି ଜରୁରୀ କାଳୀନ ରୋଗୀ , ଯେକୈାଣସି ରୋଗୀ ସ୍ବାସ୍ଥ କେଦ୍ରକୁ ଆସିଵେ ସେମାନେ ଉତ୍ତମ ସେଵାରୁ ଯେପରି ଵାଦ୍ ପଡିଵେନାହି । ରୋଗୀ ଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ଵାସ୍ଥ ଵିଭାଗକୁ 5Tରେମଧ୍ୟସାମିଲ କରିଛନ୍ତି ।ହେଲେ ଟିକିରି ପ୍ରାଥମିକସ୍ଵାସ୍ଥକେନ୍ଦ୍ରରେ କିଛି ଦିନ ହେଲା ଡାକ୍ତର  ନଥିବାରୁ ରୋଗୀ ଵହୁତ ଅସୁଵିଧା ର ସମୁଖିନ ହେଉଛନ୍ତି। ଆଉ ଯେଉ ଅଧିକାରୀ ଅଛନ୍ତି ଗୋଟିଏ ହେଲେ ହମିୟପାତି ଡାକ୍ତର ଓ ଆଉ ଜଣେ ଫାରମାସିଟ୍ ସହ ଟିକିରି ପ୍ରାଥମିକ ସ୍ଵାସ୍ଥ ଚିକିତ୍ସା କେନ୍ଦ୍ର ଟି ଚାଲିଛି l ଯାହାଫଳରେ ଵଡ ଧରଣର କୈାଣସି ରୋଗୀ ଆସିଲେ ସେହି ମାନେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରି ଦେଉଛନ୍ତି l ରୋଗୀ ରାସ୍ତାରେ ଅସୁଵିଧା ର ସମୁଖୀନ ହେଉଛନ୍ତି।ଆଉ ଏକ ନଜରକୁ ଆସିଛି ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯେଉଁ ଡାକ୍ତର ଆସନ୍ତି   ଦୁଇ ମାସ କିମ୍ବା ତିନି ମାସ ରୁହନ୍ତି l ଏହା ପରେ ପୁଣିଥରେ  ସେହି ଡାକ୍ତର ପଦବୀ ଖାଲି ପଡିଥାଏ l ପଦବୀ ଖାଲିରବଲି ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧି ଖବର ପ୍ରକାଶ କରିଲା ପରେ  ପୁଣି କେହି ଜଣେ ଡାକ୍ତର ଆସନ୍ତି । 2 ରୁ 4 ମାସ ଭିତରେ ସେହି ଡାକ୍ତର ଆଉ ଏକ ଯାଗାକୁ ଟାସ୍ପର ହୋଇଯାହାନ୍ତି ଯାହା ଫଳରେ ରୋଗୀ ମାନେ ନାହି ନଥିବା ଅସୁଵିଧା  ର ସମୁଖିନ ହେଉଛନ୍ତି। ତେଣୁ ଟିକିରି  ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାପାଇଁ  ଅଞ୍ଚଳ ବାସି ଏବଂ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି  । ଏଥିପ୍ରତି ରାୟଗଡା ଜିଲା ପାଳ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ରହିଛି l ଦେଖିବାକୁ ବାକିରହିଲା କେତେଦିନ ମଧ୍ୟରେ ସୁଧାର ଆସିବ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ସ୍ୱାସ୍ଥ୍ୟ ସେବା l

କାଶୀପୁର ବ୍ଲକ ରୁ କର୍ଣ୍ଣ କନ୍ଦପାଣି ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *