ତିନିମାସ ନପୂରୁଣୁ ରାସ୍ତା ଫାଟି ଆଁ

ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୩୦/୦୮/୨୦୨୨:ବାରମ୍ବାର ଦାବି ପରେ ସିଥଳ ଗତିରେ ଚାଲିଛି ଚିତ୍ରୋପ୍ତଳା ନଦୀର ଦକ୍ଷିଣ ପାର୍ଶ୍ଵ କେନାଲ କାମ ସେହି କେନାଲ ବନ୍ଧରେ ହେଉଥିବା ପିଚୁ ରାସ୍ତା ଏବେ ଫାଟିକି ଆଁ ହେଲାଣି । ସବୁଠୁ ବଡ଼ କଥା ହେଉଛି କାମର ମାତ୍ର ୩ମାସ ନପୂରୁଣୁ ଏଭଳି ଅବସ୍ଥା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗରଦପୁର ବ୍ଲକ ଅନ୍ତର୍ଗତ ବନ୍ତଲା ଗ୍ରାମକୁ ଲାଗିକି ଥିବା କେନାଲ ବନ୍ଧ ରାସ୍ତାରେ । ସ୍ଥାନୀୟ ଲୋକଙ୍କ କହିବା କଥା ନିମ୍ନମାନର କାର୍ଯ୍ୟ ଓ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଲାଗି ଏଭଳି କାର୍ଯ୍ୟ କରି ନେଉଛନ୍ତି ଠିକାଦାର ସ୍ଥାନୀୟ ଲୋକେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ଯାହା ଫଳରେ ରାସ୍ତା ଫାଟିକି ଆଁ ହେଉଛି । କେନାଲ ସାଇଡ୍ ରେ ହେଉଥିବା ବନ୍ଧ ଉପରେ ସୋଳ୍ପ ମାଟି ପକାଇ ପିଚୁ କାମ କରୁଛନ୍ତି ଯାହାକି ଟିକେ ବର୍ଷା ହେଲେ ରାସ୍ତା ଫାଟୁଛି। ଏହି କାର୍ଯ୍ୟ ମଣିଜଙ୍ଗା ଡ଼ିଭିଜନ ଅଧୀନରେ କାର୍ଯ୍ୟ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ କୁ ନେଇ ଉଠିଛି ବଡ଼ ପ୍ରଶ୍ନ । କାହିଁକି ହେଉଛି ନିମ୍ନ ମାନର କାମ ରାଯୋସ୍ଵ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କଣ କରୁଛନ୍ତି ନା ବାବୁ ମାନଙ୍କ ରହିଛି ଭିତିରି ସମ୍ପର୍କ । ତେବେ ଦେଖାଯାଉ ଏହି ଖବର ଦେଖିଲା ପରେ ଉଚ୍ଚକତୃପକ୍ଷ କିଭଳି ନେଉଛନ୍ତି କାର୍ଯାନୁଷ୍ଠାନ ।

 

କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *