ତିନିମାସ ଯାଇନି ରାସ୍ତା ବେହାଲ

ଫୋକସ ପ୍ଲସ 17/7/22(ଲମତାପୁଟ): ସରକାର ଦୁର୍ଗମ ଅଞ୍ଚଳରେ ଯାତାୟତ ର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ରାସ୍ତା ନିମ୍ନ ମାନର କାର୍ଯ୍ୟ କରାଯାଇ ସରକାରଙ୍କ ଟଙ୍କା ହଡ଼ପ କରାଯାଉଥିବା ଦେଖାଦେଉଛି । ଅତି ନିମ୍ନ ମାନର କାର୍ଯ୍ୟ ହେଇଥିବା ଦେଖାଦେଇଛି ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ର ତୁସୁବା ଠାରୁ ବାଲେଲ ରାସ୍ତାରେ । ସରକାର ଏହି ରାସ୍ତା ନିର୍ମାଣ ପାଇଁ ୫କୋଟି ୯୬ଲକ୍ଷ ୯୭ ହଜାର ୯୬୧ଟଙ୍କା ମଞ୍ଜୁର କରିଥିଲା ବେଳେ କେତେ କୋଟି ଯେ ଆତ୍ମସାତ ହେଇଥିବ ଜଳ ଜଳ ଦେଖା ଗଲାଣି । ରାସ୍ତା ନିର୍ମାଣ କାର୍ଯ୍ୟ ସାରି ତିନିମାସ ହେଇନାହିଁ କିନ୍ତୁ ପ୍ରଥମ ବର୍ଷା ରେ କଲଭର୍ଟ ୱାଲ ଭାଙ୍ଗିବା ରାସ୍ତା ଧାବି ଗଲାଣି ।ଏହି ରାସ୍ତା କୁ ଗୋଡିହଞ୍ଜର , ବାଲେଲ ପଞ୍ଚାୟତ ବାସୀ ସମେତ ଜଳାପୁଟ ଅଞ୍ଚଳ ବାସୀ ମୁଖ୍ୟ ରାସ୍ତା ଭାବରେ ବ୍ୟବହାର କରୁଥିଲେ ବେଳେ କଲଭର୍ଟ ନିକଟରେ ରାସ୍ତା ଧବି ଗଲେ ବହୁତ ଅସୁବିଧାର ସମୁଖୀନ ହେବା ଦେଖା ଗଲାଣି ।

ରାସ୍ତା ନିର୍ମାଣ ସମୟରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ନେଇ ଅଞ୍ଚଳ ବାସୀ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବା ସହିତ ଅନେକ ଥର ରାସ୍ତାର କାର୍ଯ୍ୟ ଉପରେ ତଦନ୍ତ କରିବାକୁ ଫୋନ ମାଧ୍ୟମରେ ଅଭିଯୋଗ କରିଥିଲା ବେଳେ ଅଞ୍ଚଳ ବାସୀଙ୍କ ଅଭିଯୋଗ କୁ କର୍ଣ୍ଣପାତ କରିନଥିବା ପ୍ରକାଶ କରିଛନ୍ତି । ଆଦିବାସୀ ଅଦ୍ୟୁଷିତ ଅଞ୍ଚଳର ନିରୀହ ସରଲତା ଜନତାଙ୍କ ପାଇଦା ନେଇ ବିଭାଗୀୟ ଅଧିକାରୀ ଓ ଠିକାଧାର ଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାର୍ଯ୍ୟ କରାଯାଇ ଅର୍ଥ ହଡ଼ପ ଚାଲିଛି ହେଲେ ଜନ ପ୍ରତିନିଧି ଦେଖି ନଦେଖିଲା ଭଳି ତିନି ମାଙ୍କଡ଼ ସାଜୁଛନ୍ତି । ଅଞ୍ଚଳ ବାସୀଙ୍କ ଅଭିଯୋଗ ଓ ରାସ୍ତାର ଅବସ୍ଥା କୁ ନେଇ ଆମେ ଲମତାପୁଟ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ପାଞ୍ଚ ବର୍ଷ ର ରିପେର କାର୍ଯ୍ୟ ଅଛି ରିପେର କରାଯିବ ବୋଲି ସୂଚନା ଦେଇ ହାତ ସଫା କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *