ତୁମନୀଖୋଲ ଗାଁରେ ପଡୁନି ସରକାରଙ୍କ ନଜର

ଫୋକସ ପ୍ଲସ ୩/୨/୨୩(କଲମପୁର):ସ୍ଵାଧିନତାର ୭୫ ବର୍ଷ ପରେବି ମୌଳିକ ଆବଶ୍ୟକତାର ଭିତ୍ତିଭୂମି ଅପହଞ୍ଚ ,ସରକାର ଜନସାଧାରଣଙ୍କ ବିକାଶକୁ ଦୃଷ୍ଟିରେ ରଖି ଯୋଜନା ଉପରେ ଯୋଜନା ପ୍ରଣୟନ ପୂର୍ବକ ଅଜସ୍ର ଶ୍ରାଦ୍ଦ କରିବାରେ ଲାଗିଛନ୍ତି l ତେଲିଆ ମୁଣ୍ଡରେ ତେଲ ମାରିଲା ପରି ଯେଉଁଠି ଯୋଜନା ଉପରେ ଯୋଜନା ଗୁଡିକ ଅଜାଡି ହୋଇ ପଡୁଥିବା ବେଳେ ଆଉ କେଉଁଠି ଯୋଜନା ପହଞ୍ଚି ପାରୁନାହିଁ l ଏଭଳି ଏକ ସମସ୍ୟା ଜର୍ଜରିତ ଗାଁ ହେଉଛି ତୁମରୀଖୋଲ l ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ତୁମନୀଖୋଲ ଗାଁ ,ଏଠାରେ ଜନସଂଖ୍ୟା ୩୫୦ରୁ ଉର୍ଦ୍ଧ୍ୱ ରହିଥିବା ବେଳେ କଲମପୁର ବ୍ଲକ ସିମାନ୍ତ ଅଞ୍ଚଳରେ ଅବସ୍ଥାପିତ ହୋଇଛି l ତୁମନୀଖୋଲ ଗାଁରୁ ସଦରମହକୁମା ଥୁଆମୁଳ ରାମପୁରକୁ ଗମନାଗମନ ପାଇଁ କୌଣସି ସ୍ଥାୟୀ ରାସ୍ତା ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ l ଖାଳ ଖମା , ହିଡ ନାଳ ଡେଇଁ ଯିବା ଆସିବା କରନ୍ତି ତୁମନୀଖୋଲ ଗ୍ରାମବାସୀ , କଲମପୁର ପଟୁ ଯାହା କିଛି ସାହାଯ୍ୟ ମିଳୁଛି ସେଥିରେ ସେମାନଙ୍କ ଦୈନନ୍ଦିନ ଜୀବନ ଅତିବାହିତ କରିବା ଦୁର୍ବଷ ହୋଇପଡୁଛି l ଶିକ୍ଷା ଓ ସ୍ଵସ୍ଥ୍ୟର କଥା କହିଲେ ନ ସରେ ବିଦ୍ୟାଳୟ ଅଛି ହେଲେ ପାଠ ପଢା ପାଇଁ ନିୟମିତ ଶିକ୍ଷକ ଆସୁନାହାନ୍ତି କି ବିଦ୍ୟାଳୟର ଶ୍ରେଣୀ ଗୃହରେ ଛାତ ନାହିଁ l ଗାଁ ରେ ଯଦି କୌଣସି ଲୋକେ ରୋଗା ଗ୍ରସ୍ତ ହୁଅନ୍ତି କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ତ ଦୂରର କଥା ରୋଗିଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି l ଗାଁରେ ନାହିଁ ନଳକୂପ ଗ୍ରାମବାସୀଙ୍କ ପାଇଁ ଝରଣା ନାଳର ପାଣି ସାହା ଭରସା, ପ୍ରଶାସନିକ ଅଧିକାରୀଙ୍କ ଠାରୁ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ପାହାଡ ବନ୍ଦି ଆଦିବାସୀ ମାନଙ୍କ ଜୀବନରେଖା କେବେ ବଦଳିବ ତାହା ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *