ତ୍ୟାଗ ଓ ବଳିଦାନର ଉପଲକ୍ଷେ ଗୈାରବ ପଦଯାତ୍ରା ଆରମ୍ଭ।

ଫୋକସ ପ୍ଲସ(ପଟ୍ଟାଙ୍ଗି)୩୦/୦୮/୨୦୨୨: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ମାଳିପୁଟ ପଞ୍ଚାୟତ ଅଧିନସ୍ଥ ସିପାଇପୁଟ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ମାଲୁ ସାନ୍ତା ଙ୍କ ପରିସରରେ ଆଜି ତ୍ୟାଗ ଓ ବଳିଦାନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପକ୍ଷରୁ ଗୈାରବ ପଦଯାତ୍ରା ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ ଯାତ୍ରା ର ଶୁଭାରମ୍ଭ କରିଥିଲେ। ପ୍ରଥମେ ଏହି ସିପାଇପୁଟ ସ୍ବାଧୀନ ସଂଗ୍ରାମୀ ମାଲୁ ସାନ୍ତା ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ସଭା କାର୍ଯ୍ୟ କ୍ରମ ଆରମ୍ଭ କରାଯାଇଥିଲା। ଜାତୀୟ କଂଗ୍ରେସ ସଭାନେତ୍ରୀ ସନ୍ୟା ଗାନ୍ଧୀ ଙ୍କ ଆହ୍ବାନ କ୍ରମେ ଏହି କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ବ୍ଲକ କଂଗ୍ରେସ ସଭାପତି ଅର୍ଜୁନ ବାଙ୍କା ଙ୍କ ନେତୃତ୍ବରେ ଆଜି ର ଆୟୋଜନ କରାଯାଇ ଥିବା ବେଳେ ପୂର୍ବତନ ବିଧାୟକ ପଟ୍ଟାଙ୍ଗି ରାମଚନ୍ଦ୍ର କାଡାମ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀ ପତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ପବିତ୍ର ସାଉନ୍ତା,। ସେମିଲିଗୁଡା ଜିଲ୍ଲାପରିଷଦ ସଭ୍ୟ ମୋହନ ଯାନୀ , , ବ୍ଲକ କଂଗ୍ରେସ ଉପ ସଭାପତି , ସମେତ 14 ଟି ପଞ୍ଚାୟତ ଓ ନିର୍ବାଚନ ମଣ୍ଡଳୀ ବହୁ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ। ସୂଚନା ମୁତାବକ ଆଜି ର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା ଯେ କଂଗ୍ରେସ ଅମଳ ସମୟରେ ଦେଶ ସ୍ବାଧୀନ ହୋଇ ଥିଲା। ବିଦେଶୀ ମାନଙ୍କୁ ଆମ ଦେଶ ରୁ ହଟାଇବା ଲାଗି ଅନେକ ଦେଶ ପ୍ରେମି ସ୍ବାଧୀନ ସଂଗ୍ରାମୀ ମାନେ ଜୀବନ କୁ ବଳି ଦେଇ ଦେଶ ସ୍ବାଧୀନ ଆଣି ଥିଲେ। ହେଲେ ସେହି ଦିନ କୁ ସ୍ମରଣ କରି ବା ଉଦେଶ୍ୟ ରେ ଏହି ପଦଯାତ୍ରା କରାଯାଇ ଥିବା କୁହାଯାଇଛି। ତେବେ ଆଜି ବି କଂଗ୍ରେସ ର ତ୍ୟାଗ ରହିଛି। ଆଗକୁ ମଧ୍ୟ ରହିବ। ଏହି ଦୋଳ ଲୋକଙ୍କ ଦୋଳ ଏଠାରେ ଆଦର୍ଶ ରହିଛି ବୋଲି ମିନାକ୍ଷୀ ବାହିନୀପତି ପ୍ରକାଶ କରିଛନ୍ତି। ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ ରେ ଏହି ଭଳି ପଦଯାତ୍ରା କରାଯିବ। ଆଜି ସିପାଇପୁଟ ଠାରୁ ପଦଯାତ୍ରା ଆରମ୍ଭ କରି କୁନ୍ଦୁଲି ସହର ପରିକ୍ରମା କରି ଥିବା ଦେଖିବାକୁ ମିଳିଛି।

ପଟ୍ଟାଙ୍ଗି ରୁ କୁନା ଖରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *