ଥମୁନି ଛାତ୍ରୀ ମୃତ୍ୟୁ ମାମଲା

ଫୋକସ ପ୍ଲସ 27/4/23(ଯାଜପୁର): ଯାଜପୁର ଜ଼ିଲ୍ଲା ରେ ଥମୁନି ଛାତ୍ରୀ ମୃତ୍ୟୁ ମାମଲା.ବିଗତ କିଛି ଦିନ ତଳେ ରଗଡ଼ି ସରକାରୀ ବୈଷୟିକ ଶିକ୍ଷା କେନ୍ଦ୍ରରେ ରୋଜାଳିନୀ ନୀଙ୍କ ମୃତ୍ୟୁ ଘଟଣା ମନରୁ ଲିଭି ନଥିବା ବେଳେ ଆଜି ଯୋଡ଼ାବର ସ୍ଥିତ ଜାଭିୟର୍ସ ଡିପ୍ଲୋମା କଲେଜ୍ ର ଦିତୀୟ ବର୍ଷ ର ନର୍ସିଂ ଛାତ୍ରି ନିବେଦିତା ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଯାଜପୁର ରୋଡ ରେ ଶୋକ ର ବାତାବରଣ ସୃଷ୍ଟି କରିଛି l ସୂଚନା ମୁତାବକ ନିବେଦିତା ଆଜି ସକାଳୁ ନିଜ ଘର ଭଦ୍ରକ ଧୁସୁରି ରୁ ଆସି କଲେଜ୍ ରେ ପହଞ୍ଚି ଥିଲେ l ଘରେ ପହଞ୍ଚି ବା ପରେ ସେ girls hostel ରେ ନିଜ ରୁମ ରେ ରହିଥିଲେ l ତାଙ୍କୁ ଯେତେବେଳେ ତାଙ୍କ ୱାର୍ଡ଼ନ ସାଙ୍ଗ ସାଥି ଡାକିଥିଲେ ତାଙ୍କ ଶବ୍ଦ ନ ଶୁଭିବାରୁ ବାଧ୍ୟ ହୋଇ କବାଟ କୁ ଧକ୍କା ଦେଇ ଭାଙ୍ଗି ଥିଲେ l ଠିକ୍ ଏହି ସମୟରେ ନିବେଦିତା ଙ୍କୁ ଏକ ଗାମୁଛା ରେ fan ରେ ଝୁଲୁଥିବା ଦେଖିବାକୁ ପାଇଥିଲେ l ତାଙ୍କୁ ସଙ୍ଗେସଙ୍ଗେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ କଲେଜ୍ କର୍ତ୍ତୃପକ୍ଷ ନେଇ ଆସିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l
ତେବେ ସେ ନିଜେ fan ରେ ଝୁଲିଲେ କି ତାଙ୍କୁ କିଏ ମାରି ଝୁଲାଇ ଛି l ମାନସିକ ଚାପ୍ ରେ ଥିଲେ କି …. ତାଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଯାଜପୁର ରୋଡ ପୋଲିସ୍ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି.

Leave a Reply

Your email address will not be published. Required fields are marked *