ଥାନାରେ ଆତ୍ମହୁତି ଉଦ୍ୟମ କଲେ ଯୁବକ

ଫୋକସ ପ୍ଲସ (କଟକ)୨୪/୦୬/୨୦୨୨: କଟକ ଜିଲ୍ଲା କିସନନଗର ଥାନା ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ। ଆଜି କିଶନନଗର ଥାନା ପରିସରରେ ଜଣେ ବ୍ୟକ୍ତି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ନବେ ଭାଗ ପୋଡିଯାଇଛି। ତାଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଆତ୍ମହୁତି ଉଦ୍ୟମ କରିଥିବା ବ୍ୟକ୍ତି ହେଉଛନ୍ତି କିଶନନଗର ଥାନା ଅନ୍ତର୍ଗତ ଇଶାଣି ବ୍ରହ୍ମପୁରର ଗୁଣନିଧି ବିଶୋଇ। ସୂଚନା ଅନୁସାରେ କିଛି ଦିନତଳେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ କିନ୍ତୁ ଥାନା ତରଫରୁ କୌଣସି ନ୍ୟାୟ ନପାଇବାରୁ ସେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ସାଲେପୁର SDPO ବିମଳ କୁମାର ବାରିକ, ଆଡିସନାଲ ଏସ ପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସ୍ଥାନୀୟ ଲୋକମାନେ କିଶନ ନଗର ଆଇଆଇସି ସସ୍ମିତା ରଣା ବହିସ୍କାର କରି ଗିରଫ କରିବା ପାଇଁ ଦାବି କରିଛନ୍ତି। ରାଜ୍ୟରେ ମୋ ପୋଲିସର ବିଫଳତା ଦେଖିବାକୁ ମିଳିଛି।

ନିଶ୍ଚିନ୍ତକୋଇଲି ରୁ ଫଲ୍ଗୁନୀ ପ୍ରସାଦ ପଣ୍ଡା ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Leave a Reply

Your email address will not be published. Required fields are marked *