ଫୋକସ ପ୍ଲସ ୪/୬/୨୨(ପାରାଦୀପ ): ପାରାଦୀପ ଆଦର୍ଶ ଥାନାରେ କୃତ୍ରିମ ଗ୍ୟାସ ଲିକ କୁ ନେଇ ଅସ୍ତବ୍ୟସ୍ତ ଥାନା କର୍ମଚାରୀ l ଗ୍ୟାସର କୌଣସି କାରଣ ଜଣା ପଡି ନ ଥିଲେ ମଧ୍ୟ ଏଭଳି ଉତ୍କଟଗ୍ୟାସ ପ୍ରଭାବରେ ଆଖି ଜଳିବା ସହିତ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି l ଯାହାକୁ ନେଇ ଇଫକୋ କମ୍ପାନୀ ର ଅଗ୍ନିଶମ ବିଭାଗ ଗାଡି ସହିତ କର୍ମଚାରୀ ମାନେ ଉପସ୍ଥିତ ରହି ଅକ୍ସିଜେନ ଓ ମାସ୍କ ପରିଧାନ କରି ଥାନା କର୍ମଚାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଥାନା ଭିତରେ ରହିଥିବା ମାଲଖାନା ପରିଷ୍କାର କରିବା ସହିତ ବିପଜ୍ଜନକ ଗ୍ୟାସର କାରଣ ଖୋଜୁଥିବା ଦେଖିବାକୁ ମିଳିଛି l ଏହି କୃତ୍ରିମ ଗ୍ୟାସ ପ୍ରଭାବରେ ଥାନା ଭିତରେ ବସିବା କଷ୍ଟକର ହୋଇପଡିଛି l ଯାହାଫଳରେ ଥାନାର କର୍ମଚାରୀ ମାନେ ବାହାରେ ବସିଥିବା ଦେଖିବାକୁ ମିଳିଛି l ଥାନାର କର୍ମଚାରୀ ମାନଙ୍କ କହିବା ଅନୁଯାୟୀ ଦୀର୍ଘଦିନ ଧରି ଥାନା ଭିତରେ ଜମିରହିଥିବା ମଦ, ବ୍ୟାଟେରୀ ଓ ବିଭିନ୍ନ ସାମଗ୍ରୀ ଲୋଡ଼ ହୋଇ ରହିଥିବା କାରଣରୁ କୌଣସି କେମିକାଲ ର ପ୍ରଭାବରେ ଏହିଭଳି ଗ୍ୟାସ ଉତ୍ପନ୍ନ ହେଉଥିବା ନେଇ କିଛି କର୍ମଚାରୀ କହିଛନ୍ତି l ଯାହା ଫଳରେ କିଛି ଦିନ ଧରି ଏହି କୃତ୍ରିମ ଗ୍ୟାସ ଫଳରେ ପାରାଦୀପ ଆଦର୍ଶ ଥାନା କର୍ମଚାରୀ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି l ଅନ୍ୟପକ୍ଷରେ ଏହି କୃତ୍ରିମ ଗ୍ୟାସଜନିତ ଉତ୍କଟ ଗନ୍ଧ ସୃଷ୍ଟି ହେବା ସହିତ ଆଖି ଜଳିବା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି l ଯାହାକୁ ନେଇ ଥାନାର ବିଭିନ୍ନ କାର୍ଯ୍ୟ ପ୍ରଭାବିତ ହେବା ସହିତ କର୍ମଚାରୀ ମାନେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି l ଯାହାକୁ ନେଈ କେଉଁ କାରଣରୁ ଏହିଭଳି ଉତ୍କଟ ଗ୍ୟାସ ଉତ୍ପନ୍ନ ହେଉଛି ତାହାର କାରଣ ଖୋଜାଚାଲିଛି l ଇଫକୋ ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ ଆବଶ୍ୟକୀୟ ସରଞ୍ଜାମ ସହିତ ଥାନା କର୍ମଚାରୀ ମାନଙ୍କ ସହିତ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ସଫେଇ କାର୍ଯ୍ୟରେ ନିୟୋଜିତ ରହିଛନ୍ତି l