ଫୋକସ ପ୍ଲସ(ଗୋପାଳପୁର) ୩୦/୦୭/ ୨୦୨୨: ଗୋପାଳପୁର ଥାନା ସମ୍ମୁଖରେ ଅପରାହ୍ନ ପ୍ରାୟ ୬ଟା ବେଳେ ଜଣେ ମହିଳା କୀଟ ନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।ମହିଳା ଜଣକ ହେଲେ ମlଣ୍ଡିଆପଲ୍ଲି ସ୍ଥିତ ଜ୍ୟୋତି ନଗରର ଟିକିନା ଦାସ ବୟସ ୩୦ ବୋଲି ଜଣାପଡିଛି । ସୂଚନା ଯେ ସନ୍ଧ୍ୟା ପ୍ରାୟ ୬ ଟା ବେଳେ ମହିଳା ଜଣକ କୌଣସି କାରଣ ପାଇଁ ଥାନାକୁ ଯାଇଥିଲା ସେଠାରେ କାହାକୁ କିଛି ନ କହି ସାଙ୍ଗରେ ଆଣିଥିବା କୀଟ ନାଶକ ପିଇ ଦେଇଥିଲେ। ତାହା ଉପସ୍ଥିତ ଥିବା ପୁଲିସ କର୍ମଚାରୀ ଦେଖି କୀଟ ନାଶକ ଛଡାଇ ତାକୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲ ନେଇ ଚିକିତ୍ସା କରିଛନ୍ତି।ମିଳିଥିବା ସୂଚନା ଯେ ମହିଳା ଜଣକ ବାକି ବକର ହୋଇ ବହୁ ଦିନ ହେଲା ବାହାରକୁ ପଳାଇଥିଲେ।ପ୍ରାୟ ୮ଦିନ ହେଲା ଗ୍ରାମକୁ ଫେରି ସ୍ବାମୀ ସହ ନ ରହି ନିଜ ଘରେ ରହୁଥିଲା। ସ୍ବାମୀ ଭଡ଼ା ଘରେ ରହୁଥିବା ଜଣାପଡିଛି। ରାତ୍ର 12:45 ସମୟରେ ମେଡ଼ିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ଗୋପାଳପୁର ରୁ ଦୀପକ କୁମାର ଙ୍କ ରିପୋର୍ଟ ଫୋକସ ପ୍ଲସ |