ଥୁଆମୂଳ ରାମପୁର ଅଞ୍ଚଳ ରେ ଜଳଛତ୍ର ଖୋଲିବା ପାଇଁ ଦାବି ବ୍ଳକ ପ୍ରଶାସନ ନିରବ।

 

ଫୋକସ ପ୍ଳସ(ଥୁଆମୂଳ ରାମପୁର)୫/୪:

 

ଗ୍ରୀଷ୍ମ ପ୍ରଭାବ ବଢିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ଠାରେ ଜଳଛତ୍ର ବ୍ୟବସ୍ଥା କରାଯାଇନାହିଁ। ବ୍ଳକର ବିଭିନ୍ନ ଗାଁ ରୁ ପ୍ରତିଦିନ ଶହ ଶହ ଲୋକ ଅନେକ କାମ ନେଇ ଏଠାକୁ ଆସିଥାନ୍ତି ବର୍ତ୍ତମାନ ଖରାର ପ୍ରକୋପ ବଢିବାରେ ଲାଗିଥିବାରୁ ସେମାନଙ୍କୁ ପିଇବା ପାଣିର ଆବଶ୍ୟକତା ରହିଛି। ଜଳଛତ୍ର ନଥିବାରୁ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଥିବା ଅଞ୍ଚଳ ବାସୀ ଙ୍କ ଅଭିଯୋଗ ହେଉଛି। ଏଣୁ ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଜଳଛତ୍ର ଖୋଲିବାର ବ୍ୟବସ୍ଥା କରିବା କୁ ସାଧାରଣ ରେ ଦାବି ହେଉଛି । ଠିକ୍ ସେଭଳି ବ୍ଳକ ୨୪ ଗୋଟି ଗ୍ରାମ ପଞ୍ଚାୟତ ର ଅନେକ ଜନଗହଳି ସ୍ଥାନ ଓ ଛକ ଜାଗା ମାନଙ୍କରେ ଜଳଛତ୍ର ଖୋଲା ଯାଇନଥିବା ଦେଖିବାକୁ ମିଳିଛି। ହେଲେ କେଉଁ କାରଣ ଯୋଗୁଁ ପ୍ରଶାସନ ଦ୍ଵାରା ଏଭଳି ପଦକ୍ଷେପ ନିଆଯାଉ ନାହିଁ ଏନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପ୍ରତି ବର୍ଷ ଗ୍ରୀଷ୍ମ ଋତୁ ଆସିଲେ ଜଳଛତ୍ର ଖୋଲିବାରେ ଅବହେଳା କରିଥାନ୍ତି ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ। ଜଳଛତ୍ର ନାଁ ରେ ମିଥ୍ୟା ବିଲ୍ କରି ଏଥିପାଇଁ ଆସିଥିବା ଅନୁଦାନ ର ଅର୍ଥ ରାଶି କୁ ବାଟମାରଣା କରିବାର ଚକ୍ରାନ୍ତ ରଚି ଥାଇ ପାରନ୍ତି ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ହେଲେ ଦୁର୍ଭାଗ୍ୟର ବିଷୟ ଯେ ଥୁଆମୂଳ ରାମପୁର ବ୍ଳକର ବିଡିଓ ମହାଶୟ ଙ୍କ ପାଖରେ ଏ ସଂପର୍କରେ ଖବର ରହୁଛି ନାଁ ନାହିଁ ଏଥିରୁ ହଁ ଜଣାପଡୁଛି ଯେ ଥୁଆମୂଳ ରାମପୁର ଅଞ୍ଚଳ ପ୍ରତି ବିଡିଓ ମହାଶୟ କେଉଁ ଭଳି ଭାବରେ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଏହାକୁ ନେଇ ବଡ଼ ପ୍ରଶ୍ନ ବାଚୀସୃଷ୍ଟି ହେଉଛି ତେବେ ଦେଖିବାକୁ ବାକି ରହିଲା ଏଥିପ୍ରତି ପ୍ରଶାସନ ର ଶୁଭ ଦୃଷ୍ଟି କେବେ ପଡିବ । ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ ପ୍ଳସ

Leave a Reply

Your email address will not be published. Required fields are marked *