ଦଣ୍ଡମୁକ୍ତ ସ୍କୁଲରେ ପିଲାଙ୍କୁ ଦଣ୍ଡ |

ଫୋକସ ପ୍ଲସ୧୮/୧/୨୩(ବଣାଇ): ଜିଲ୍ଲା ସ୍ତରୀୟ ଖେଳ ହେଲା ।ବଡ଼ ବଡ଼ ଅଫିସର ଆସିଲେ ହେଲେ ପିଲା ପଡିଲେ ବଳି।ରାଜ୍ୟ ସରକାର ଗରିବ ଆଦିବାସୀ ପିଲାମାନେ କିପରି ଭଲରେ ପାଠପଢିବେ ସେଥିପାଇଁ ହଷ୍ଟେଲରେ ରହିବା ଠାରୁ ଖାଇବାପିନ୍ଧିବା ସବୁ ବନ୍ଦୋବସ୍ତ କରିଛନ୍ତି। ଏପରିକି ସବୁ ସ୍କୁଲ୫ଟି ଅଧୀନରେ ଆସିଲା ଏବଂ ଦଣ୍ଡ ମୁକ୍ତ ଅଂଚଳ ଲେଖା ହେବା ସହିତ ଟୁଲ ଫ୍ରି ନଂବର ମଧ୍ୟ ଲେଖା ହେଲା। ହେଲେ ୫ଟି ସ୍କୁଲ ଦଣ୍ଡମୁକ୍ତ ଅଂଚଳ ଟୁଲ ଫ୍ରିକୁ ଛତିଆ ଉଡାଇ ଦେଲେ ସ୍କୁଲ ଶିକ୍ଷକ। ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକର ସର୍ବ ପୁରାତନ ସ୍କୁଲ ରାଜା ଧରଣୀ ଧର ଉଚ୍ଚବିଦ୍ୟାଳର ଦୃଶ୍ୟ । ଜିଲ୍ଲା ସ୍ତରୀୟ ଖେଳ ଲାଗି ସ୍କୁଲ ଛାତ୍ରଙ୍କୁ ଏକିପରାକର ଦଣ୍ଡ ସ୍କୁଲର ଶିକ୍ଷକଙ୍କ ବାହାବା ନେବେ ଏହି ସ୍କୁଲର ନବମ ଦଶମ ଶ୍ରେଣୀର ଦୁଇ ଛାତ୍ର ସ୍କୁଲରୁ ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ଖେଳ ପଡିଆକୁ କିପରି ବୋହି ନେଉଛନ୍ତି ଏକ ବାଉଁଶ ସାହାଯ୍ୟରେ ଏତେ ଓଜନ ଯେ ଉଠାଇବା କଷ୍ଟ କେତେବେଳେ ହାତରେତ କେତେବେଳେ କାନ୍ଧରେ ତ କେତେବେଳେ ଘୋଷାଡ଼ି ଘୋଷାଡ଼ି। ଏପରି ମୁଖ୍ୟ ରାସ୍ତାରେ ଗାଡି ମଟରକୁ ଖାତିର ନକରି ନେଇ ପଡିଆକୁ ଗଲେ ଏନେଇ ଛାତ୍ର କହିଛନ୍ତି ସାର କହିଲେ ପଡିଆକୁ ନେବାକୁ ସରକାର ଖେଳ ଲାଗି ପ୍ରଚୁର ଅର୍ଥ ଆସୁଥିବା ବେଳେ ଏ ଗରିବ ଆଦିବାସୀ ପିଲାମାନଙ୍କୁ ଏପରି ଦଣ୍ଡ କୋଉଥି ଲାଗି। ଆଜି ପ୍ରଶ୍ନ ଯଦି ନିଜ ପିଲା ହୋଇଥାନ୍ତେ ତାହେଲେ କଣ ଏପରି କରିଥାନ୍ତେ। କାରଣ ଏମାନେ ଗରିବ ଆଦିବାସୀ ପିଲା ଏବେ ଏହି ଘଟଣାକୁ ନେଇ ବିଭିନ୍ନ ମହାଲରେ ନିନ୍ଦା କରାଯାଇଥିବା ବେଳେ ଗଣ ଶିକ୍ଷା ମନ୍ତ୍ରୀ୫ଟି ସଚିବ ବିଭାଗ କି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଏବେ ଅପେକ୍ଷାରେ ।

Leave a Reply

Your email address will not be published. Required fields are marked *