ଦନ୍ତାହାତୀ ଆକ୍ରମଣରେ ଫୋରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ I

ରାସଗୋବିନ୍ଦପୁର ରେଞ୍ଜର ଅଧିନ ଅମରଦା ଫୋରେଷ୍ଟ ବିଟ୍ ଅଧିନ ବାଉଁଶୁଳି ଠାରେ ହାତୀପଲ ଘୋଡାଇବା ସମୟରେ ଦନ୍ତାହାତୀ ଅତର୍କିତ ଆକ୍ରମଣରେ ଫୋରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ରେଞ୍ଜ ବାଁସୁଳି ଅଂଚଳରେ । ମୃତ ଫରେଷ୍ଟ ଗାର୍ଡ ହେଉଛନ୍ତି ଚନ୍ଦ୍ରକାନ୍ତ ରାଉତ । ତାଙ୍କର ଘର ଉଦୁଳା ବୋଲି ଜଣାପଡିଛି । ଅମରଦା ଫୋରେଷ୍ଟ ବିଟ୍ ଦାୟିତ୍ୱରେ ଥିଲେ ଚନ୍ଦ୍ରକାନ୍ତ ରାଉତ ।
ପରେ ସହଯୋଗୀ ମାନେ ବାରିପଦା ମେଡିକାଲ ରେ ଭର୍ତ୍ତି କରିଥିଲେ , ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାଟି ଘଟିଛି ପ୍ରାୟ ରାତି ୧୧ ଟା ପରେ ଜଣେ ଜଣାପଡିଛି । ସୂଚନାଯୋଗ୍ୟ ରାସଗୋବିନ୍ଦପୁର ରେଞ୍ଜରେ ୧୯୧ଟି ହାତୀ ଅଛନ୍ତି ।

Leave a Reply

Your email address will not be published. Required fields are marked *