“ଦମନ୍” ଦେଖିଲେ ଜିଲ୍ଲାର ସରକାରୀ କର୍ମଚାରୀ ।

ଫୋକସ ପ୍ଲସ 7/12/2022( ଗଜପତି): ମ୍ୟାଲେରିଆ ନିରାକରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏକ ସତ କାହାଣୀ ଉପରେ ତିଆରି ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘ କୁ ଗଜପତି ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହ ସମସ୍ତ ବିଭାଗର କର୍ମଚରୀମାନେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କ୍ରୀଷ୍ଣା ସିନେମା ହଲରେ ଦେଖିଛନ୍ତି । ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ଏକ ମ୍ୟାଲେରିଆ ପ୍ରବଣ ଏବଂ ଦୁର୍ଗମ ଅଞ୍ଚଳ । ବିଭିନ୍ନ ପ୍ରତିବନ୍ଧକ ସ୍ଵତେ ଦୃଢ଼ ନିଷ୍ଠା ଓ ସଂକଳ୍ପ ଦ୍ଵାରା ଲୋକଙ୍କୁ କିପରି ସେବା ଯୋଗାଇ ପାରିବା ତାହା ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଏକ ଉଦାହରଣ । ଏହି ସିନେମାକୁ ଜିଲ୍ଲା ସ୍ତରରେ ପ୍ରଦର୍ଶନ କରିବା ଲାଗି ରଜ୍ୟ ସରକାର ନିଷ୍ପତି ନେଇଥିଲେ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ଜିଲ୍ଲା ପ୍ରଶାସନକୁ ଏ ସଂକ୍ରାନ୍ତରେ ଆଦେଶ ମିଳିବା ପରେ ଜନ ସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗୀୟ ଅଧିକାରୀ, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ସିନେମା ଦେଖିଇବା ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସିନେମା ଦେଖିବା ପରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ତାଙ୍କର ପୁରୁଣା ଅଭିଜ୍ଞତା ମନେପଡିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *